ତୃତୀୟ ଜମି ଅଧିଗ୍ରହଣ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ କେନ୍ଦ୍ରର ମୋଦି ସରକାର ଜାରି କରିଛନ୍ତି ଜମି ଅଧିଗ୍ରହଣ ଅଧ୍ୟାଦେଶ। ଗତକାଲି ଏ ସଂପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଂଜୁରୀ ଦେଇଥିବା ବେଳେ ରବିବାର ଏହାକୁ ମିଳିଛି ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ଅନୁମୋଦନ। ବିବାଦୀୟ ଜମି ଅଧିଗ୍ରହଣ ବିଲକୁ ସରକାର ନିକଟରେ ଶେଷ ହୋଇଥିବା ବଜେଟ୍ ଅଧିବେଶନର ଦୁଇ ପର୍ଯ୍ୟାୟରେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇପାରି ନଥିଲା। ଦୁଇ ଥର ଯାକ ଲୋକସଭାର ଏହା ପାରିତ ହୋଇଯାଇଥିଲା। କିନ୍ତୁ ରାଜ୍ୟସଭାରେ […]

landacquazation

Rakesh Mallick
  • Published: Sunday, 31 May 2015
  • , Updated: 31 May 2015, 12:32 PM IST

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ କେନ୍ଦ୍ରର ମୋଦି ସରକାର ଜାରି କରିଛନ୍ତି ଜମି ଅଧିଗ୍ରହଣ ଅଧ୍ୟାଦେଶ। ଗତକାଲି ଏ ସଂପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଂଜୁରୀ ଦେଇଥିବା ବେଳେ ରବିବାର ଏହାକୁ ମିଳିଛି ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ଅନୁମୋଦନ। ବିବାଦୀୟ ଜମି ଅଧିଗ୍ରହଣ ବିଲକୁ ସରକାର ନିକଟରେ ଶେଷ ହୋଇଥିବା ବଜେଟ୍ ଅଧିବେଶନର ଦୁଇ ପର୍ଯ୍ୟାୟରେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇପାରି ନଥିଲା। ଦୁଇ ଥର ଯାକ ଲୋକସଭାର ଏହା ପାରିତ ହୋଇଯାଇଥିଲା। କିନ୍ତୁ ରାଜ୍ୟସଭାରେ ପାରିତ କରାଇ ପାରିଲେ ନାହିଁ ସରକାର। ତେଣୁ ବାଧ୍ୟ ହୋଇ ପୁଣି ଥରେ ସରକାରଙ୍କୁ ଏ ନେଇ ଅଧ୍ୟାଦେଶ ଜାରି କରିବାକୁ ହୋଇଛି। ୨୦୧୩ ଜମି ଅଧିଗ୍ରହଣ ଆଇନରେ ସଂଶୋଧନ ଆଣି ପ୍ରଥମେ ଗତ ଡିସେମ୍ବର ମାସରେ ସରକାର ଜାରି କରିଥିଲେ ଅଧ୍ୟାଦେଶ। ତା’ପରେ ମାର୍ଚ୍ଚ ମାସରେ ଦ୍ୱିତୀୟ ଥର ପାଇଁ ଏନେଇ ସରକାର ଅଧ୍ୟାଦେଶ ଜାରି କଲେ। ଆଉ ଏହାର ଅବଧି ଜୁନ୍ ୩ ତାରିଖରେ ଶେଷ ହେବାକୁ ଥିବାରୁ ସରକାର ପୁଣି ଥରେ ଜମି ଅଧିଗ୍ରହଣ ଅଧ୍ୟାଦେଶ ଜାରି କରିବାକୁ ବାଧ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ, ଲୋକସଭାରେ ଏହି ବିଲ୍ ଦୁଇ ଥର ପାସ୍ ହୋଇଥିଲା। ପ୍ରଥମ ଥର ଏହା ୯ଟି  ସଂଶୋଧନ ସହିତ ପାରିତ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ପାରିତ ହୋଇ ପାରିଲାନି। ତେଣୁ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ୯ଟି ସଂଶୋଧନ ସହିତ ପୁଣି ଥରେ ବିଲଟିକୁ ଲୋକସଭାରେ ପାରିତ କରାଗଲା। ତେବେ ସଂଖ୍ୟା ଗରିଷ୍ଠତା ନଥିବାରୁ ରାଜ୍ୟସଭାରେ ବିଲଟିକୁ ସରକାର ଆଗତ କଲେ ନାହିଁ। ରାଜ୍ୟସଭାର ବିଲଟି ପାରିତ ହେବା କାଠିକର ପାଠ ଜାଣି ସରକାର ଏହାକୁ ଏକ ଯୁଗ୍ମ ସଂସଦୀୟ କମିଟିକୁ ପଠାଇ ଦେଲେ। ଉଭୟ ଲୋକସଭା ଓ ରାଜ୍ୟସଭାର ୩୦ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। କମିଟିର ପ୍ରସ୍ତାବ ସହିତ ବିଲଟିକୁ ଆଗାମୀ ମୌସୁମୀ ଅଧିବେଶନରେ ସରକାର ଏହାକୁ ସଂସଦର ଏକ ମିଳିତ ଅଧିବେଶନରେ ଆଗତ କର ପାସ୍ କରାଇ ନେବାକୁ ଲକ୍ଷ୍ୟ ରଖିଛନ୍ତି।

Related story