ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ସୁନାମି ଆଲର୍ଟ

ଜାକର୍ତ୍ତା: ଇଣ୍ଡୋନେସିଆର ସୁଲାୱେସିରେ ଆଜି ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୭ ରହିଥିବାରୁ ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ପ୍ରଥମ ଶକ୍ତିଶାଳୀ ଝଟ୍‌କା ପରେ ଏକାଧିକ ଥର ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଫଳରେ ସୁନାମି ଆସିବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ସୁନାମି ଆଲର୍ଟ କରାଯାଇଛି। ବିଶେଷ କରି କେନ୍ଦ୍ରୀୟ ସୁଲାୱେସି ଓ ପଶ୍ଚିମ ସୁଲାୱେସିରେ ସୁନାମି […]

r

Hemant Lenka
  • Published: Friday, 28 September 2018
  • , Updated: 28 September 2018, 04:56 PM IST

ଜାକର୍ତ୍ତା: ଇଣ୍ଡୋନେସିଆର ସୁଲାୱେସିରେ ଆଜି ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୭ ରହିଥିବାରୁ ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ପ୍ରଥମ ଶକ୍ତିଶାଳୀ ଝଟ୍‌କା ପରେ ଏକାଧିକ ଥର ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଫଳରେ ସୁନାମି ଆସିବାର ଆଶଙ୍କା ପ୍ରକାଶ ପାଇଛି।

ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ସୁନାମି ଆଲର୍ଟ କରାଯାଇଛି। ବିଶେଷ କରି କେନ୍ଦ୍ରୀୟ ସୁଲାୱେସି ଓ ପଶ୍ଚିମ ସୁଲାୱେସିରେ ସୁନାମି ଆସିବାର ସର୍ବାଧିକ ସମ୍ଭାବନା ଥିବା ଇଣ୍ଡୋନେସିଆ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିପାଇଁ ସେଠାରେ ରହୁଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।

ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ବିସ୍ତୃତ୍ ରିପୋର୍ଟ ମିଳିନାହିଁ।

Related story