ମେ’ରେ ଧସିଲା ସୁଡ଼ଙ୍ଗ, ଜୁନ୍‌ରେ ପୁରସ୍କୃତ ହେଲା କମ୍ପାନୀ

ଶ୍ରୀନଗର:  ସୁଡ଼ଙ୍ଗ ଧସିବାରୁ ୧୦ ନୀରିହ ଜୀବନ ଗଲା। ହେଲେ ଉକ୍ତ ସୁଡ଼ଙ୍ଗ କରିଥିବା କମ୍ପାନୀକୁ ମାସେ ପରେ ପୁରସ୍କୃତ କଲେ କେନ୍ଦ୍ର ସରକାର। ନିଜ ଗାଇଡଲାଇନ୍‌କୁ ଉଲ୍ଳଘଂନ କରି କେନ୍ଦ୍ର ସରକାର ଉକ୍ତ କମ୍ପାନୀ ପ୍ରତି ଅହେତୁକ ମନୋଭାବ ପ୍ରଦର୍ଶନ କରିଥିବାରୁ ଏହାକୁ ନେଇ ଜୋର ଧରିଛି ଆଲୋଚନା । ଗତ ମେ’ ୧୯ ତାରିଖରେ ଜମ୍ମୁ-କଶ୍ମୀରରେ ରାମବାନ୍ ଜିଲ୍ଲାରେ ନିର୍ମାଣଧୀନ ଏକ ସୁଡ଼ଙ୍ଗ  ଧସି ଯାଇଥିଲା। ଫଳରେ ତା’ ତଳେ ଚାପି ହୋଇ ୧୦ […]

tunnel

Niharika Rout
  • Published: Saturday, 09 July 2022
  • , Updated: 09 July 2022, 11:55 AM IST

ଶ୍ରୀନଗର:  ସୁଡ଼ଙ୍ଗ ଧସିବାରୁ ୧୦ ନୀରିହ ଜୀବନ ଗଲା। ହେଲେ ଉକ୍ତ ସୁଡ଼ଙ୍ଗ କରିଥିବା କମ୍ପାନୀକୁ ମାସେ ପରେ ପୁରସ୍କୃତ କଲେ କେନ୍ଦ୍ର ସରକାର। ନିଜ ଗାଇଡଲାଇନ୍‌କୁ ଉଲ୍ଳଘଂନ କରି କେନ୍ଦ୍ର ସରକାର ଉକ୍ତ କମ୍ପାନୀ ପ୍ରତି ଅହେତୁକ ମନୋଭାବ ପ୍ରଦର୍ଶନ କରିଥିବାରୁ ଏହାକୁ ନେଇ ଜୋର ଧରିଛି ଆଲୋଚନା ।

ଗତ ମେ’ ୧୯ ତାରିଖରେ ଜମ୍ମୁ-କଶ୍ମୀରରେ ରାମବାନ୍ ଜିଲ୍ଲାରେ ନିର୍ମାଣଧୀନ ଏକ ସୁଡ଼ଙ୍ଗ  ଧସି ଯାଇଥିଲା। ଫଳରେ ତା’ ତଳେ ଚାପି ହୋଇ ୧୦ ନୀରିହ ଜୀବନ ଚାଲି ଯାଇଥିଲା। ଏହି ଘଟଣାର ଅନୁସନ୍ଧାନ ପାଇଁ ମନ୍ତ୍ରାଳୟ ଏକ ବିଶେଷଜ୍ଞ କମିଟି ଗଠନ କରିଛି। ଏହାପରେ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଉକ୍ତ କମ୍ପାନୀକୁ ୩ ମାସ ପର୍ଯ୍ୟନ୍ତ କୌଣସି ଟେଣ୍ଡର ପ୍ରକ୍ରିୟାରେ ସାମିଲ ନ ହେବାକୁ ନିର୍ଦ୍ଦେଶ ଦେଇଛି।

ଏହା ପୂର୍ବରୁ ନିର୍ମାଣକାରୀ କମ୍ପାନୀ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି କମ୍ପାନୀ ବିରୋଧରେ କୌଣସି ଦଣ୍ଡବିଧାନ ନକରିବାକୁ ଅନୁରୋଧ କରିଥିଲା। ଏହା ସହିତ କମ୍ପାନୀ ଏକ ମାସ  ପାଇଁ  କୌଣସି  ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ ନକରିବାକୁ ମଧ୍ୟ  ଚିଠିରେ ଉଲ୍ଲେଖ କରିଥିଲା। ଯାହାର ସମୟ ଅବଧୀ ୩ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ମନ୍ତ୍ରାଳୟ ନିୟମରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ,  ନିର୍ମାଣ କାମ ଭୁଶୁଡ଼ିବା ଯୋଗୁ କାହାର ମୃତ୍ୟୁ ହେଲେ ଉକ୍ତ କମ୍ପାନୀକୁ ଅତି କମ୍‌ରେ ୩ ବର୍ଷ ପର୍ଯ୍ୟନ୍ତ ବ୍ଲାକ ଲିଷ୍ଟ କରାଯାଇଥାଏ । ଏପରିକି ଉକ୍ତ କମ୍ପାନୀକୁ ୩ ବର୍ଷ ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବାକୁ ଅନୁମତି ମିଳି ନ ଥାଏ। ଏଥିସହ ପ୍ରକଳ୍ପର ମୋଟ ମୂଲ୍ୟର ଏକ ପ୍ରତିଶତ ଜରିମାନା ଆଦାୟ କରାଯାଏ। ହେଲେ ରାମବାନରେ ଟନେଲ ଭୁଶୁଡ଼ିବା ଘଟଣାରେ ମନ୍ତ୍ରାଳୟ ନିଜସ୍ୱ SOPକୁ ଅନୁସରଣ କରି ନ ଥିବାରୁ ତୀବ୍ର ସମାଲୋଚନା କରାଯାଇଛି।

ଏହି ଘଟଣାର ତଦନ୍ତ ପାଇଁ  ମନ୍ତ୍ରଣାଳୟର ସ୍ୱତନ୍ତ୍ର କମିଟି ବସିଥିବା ବେଳେ ଅନ୍ତିମ ରିପୋର୍ଟ ପରେ ଏହି ନିଷେଧାଦେଶ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି। ଏତେ ସବୁ ଘଟଣା ଘଟିଯିବା ପରେ  ୨୮ ଜୁନ୍‌ରେ  ଉକ୍ତ ଟନେଲ ନିର୍ମାଣକାରୀ କମ୍ପାନୀ, ତାହାର ପରାମର୍ଶଦାତା ଓ  ଅଧିକାରୀମାନଙ୍କୁ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ମନ୍ତ୍ରାଳୟ ପକ୍ଷରୁ ପୁରସ୍କାର ପ୍ରଦାନ କରିଛି ।

ଏହି ପରିପ୍ରେକ୍ଷୀରେ ସଚିବ, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, NHAI ର ଚେୟାରମ୍ୟାନ୍, NHAI ର PROଙ୍କୁ  ମେଲ୍‌  ମାଧ୍ୟମରେ  ନିଜ ପକ୍ଷ ରଖିବାକୁ କୁହାଯାଇଛି। କିନ୍ତୁ ଖବର ଲେଖିବା ପର୍ଯ୍ୟନ୍ତ ସେମାନଙ୍କ ଉତ୍ତର ଗ୍ରହଣ ମିଳିପାରି ନାହିଁ ।

Related story