ତୁର୍କୀରେ ଆତଙ୍କବାଦୀ ଆକ୍ରମଣରେ ୩୫ ମୃତ, ୪୦ ଆହତ

ଅଙ୍କାରା (ତୁର୍କୀ): ଜିରୋ ନାଇଟ୍ ସେଲିବ୍ରେସନ୍‌ ବେଳେ ଇସ୍ତାନବୁଲ୍‌ର ପ୍ରସିଦ୍ଧ ରେଇନା ନାଇଟ୍ କ୍ଲବ୍‌ରେ ଆତଙ୍କବାଦୀ ଆକ୍ରମଣରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସମୟ ଅନୁସାରେ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଆକ୍ରମଣ ହୋଇଥିଲା। କିଛି ବନ୍ଧୁକଧାରୀ ସାନ୍ତା କ୍ଲଜ୍ ବେଶରେ ସେଠାରେ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ସେତେବେଳେ ସେଠାରେ ପ୍ରାୟ ୬୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଗୁଳିମାଡ଼ ଦେଖି ଲୋକେ […]

turkey

Rakesh Mallick
  • Published: Sunday, 01 January 2017
  • , Updated: 04 May 2017, 03:44 PM IST

ଅଙ୍କାରା (ତୁର୍କୀ): ଜିରୋ ନାଇଟ୍ ସେଲିବ୍ରେସନ୍‌ ବେଳେ ଇସ୍ତାନବୁଲ୍‌ର ପ୍ରସିଦ୍ଧ ରେଇନା ନାଇଟ୍ କ୍ଲବ୍‌ରେ ଆତଙ୍କବାଦୀ ଆକ୍ରମଣରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସମୟ ଅନୁସାରେ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଆକ୍ରମଣ ହୋଇଥିଲା। କିଛି ବନ୍ଧୁକଧାରୀ ସାନ୍ତା କ୍ଲଜ୍ ବେଶରେ ସେଠାରେ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ସେତେବେଳେ ସେଠାରେ ପ୍ରାୟ ୬୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଗୁଳିମାଡ଼ ଦେଖି ଲୋକେ ଏଣେତେଣେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲ।

ତୁର୍କୀରେ ଗତ କିଛି ମାସ ହେବ ଲଗାତାର ଆତଙ୍କବାଦୀ ଆକ୍ରମଣ ହେଉଛି। କିଛି ଦିନ ତଳେ ରୁଷିଆର ରାଷ୍ଟ୍ରଦୂତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Related story