ତୁର୍କୀରେ ଋଷ ରାଷ୍ଟ୍ରଦୂତଙ୍କୁ ଗୁଳି କରି ହତ୍ୟା

ଇସ୍ତାନବୁଲ: ତୁର୍କୀରେ ଋଷ ରାଷ୍ଟ୍ରଦୂତଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗତକାଲି ଆଙ୍କାରାରେ ଜଣେ ବନ୍ଧୁକଧାରୀ ଋଷ ରାଷ୍ଟ୍ରଦୂତ ଆଣ୍ଡ୍ରେ କାର୍ଲୋଭଙ୍କୁ ଗୁଳି କରି କରିଛି। କାର୍ଲୋଭର ଏକ ଚିତ୍ରକଳା ପ୍ରଦର୍ଶନୀରେ ଯୋଗ ଦେଇଥିବା ସମୟରେ ତାଙ୍କୁ ଗୁଳି ମାଡ଼ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ତାଙ୍କୁ ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁଳିମାଡ଼ କରିଥିବା ବ୍ୟକ୍ତି ତୁର୍କୀର ଜଣେ ପୋଲିସ୍‌ କର୍ମଚାରୀ ବୋଲି ଜଣାପଡ଼ିଛି। ପୋଲିସ୍‌ ଗୁଳିରେ ଆକ୍ରମଣକାରୀର ମଧ୍ୟ ମୃତ୍ୟୁ […]

russia

Rakesh Mallick
  • Published: Tuesday, 20 December 2016
  • , Updated: 04 May 2017, 03:44 PM IST

ଇସ୍ତାନବୁଲ: ତୁର୍କୀରେ ଋଷ ରାଷ୍ଟ୍ରଦୂତଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗତକାଲି ଆଙ୍କାରାରେ ଜଣେ ବନ୍ଧୁକଧାରୀ ଋଷ ରାଷ୍ଟ୍ରଦୂତ ଆଣ୍ଡ୍ରେ କାର୍ଲୋଭଙ୍କୁ ଗୁଳି କରି କରିଛି। କାର୍ଲୋଭର ଏକ ଚିତ୍ରକଳା ପ୍ରଦର୍ଶନୀରେ ଯୋଗ ଦେଇଥିବା ସମୟରେ ତାଙ୍କୁ ଗୁଳି ମାଡ଼ କରାଯାଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ତାଙ୍କୁ ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁଳିମାଡ଼ କରିଥିବା ବ୍ୟକ୍ତି ତୁର୍କୀର ଜଣେ ପୋଲିସ୍‌ କର୍ମଚାରୀ ବୋଲି ଜଣାପଡ଼ିଛି। ପୋଲିସ୍‌ ଗୁଳିରେ ଆକ୍ରମଣକାରୀର ମଧ୍ୟ ମୃତ୍ୟୁ ଘଟିଥିଲା।

ଋଷ୍ ଓ ତୁର୍କୀ ମଧ୍ୟରେ ସଂପର୍କ ବିଗାଡ଼ିବା ଲକ୍ଷ୍ୟରେ ଏପରି ଆକ୍ରମଣ କରାଯାଇଥିବା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ କହିଛନ୍ତି। ସେ କହିଛନ୍ତି, ଆତଙ୍କବାଦୀ ବିରୋଧୀ ସଂଗ୍ରାମ ଆହୁରି ଜୋରଦାର ହେବ।

Related story