ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ଭିଡିଓ ପ୍ରସାରଣ କରି ସାମ୍ୱାଦିକ ଗିରଫ

ନୂଆଦିଲ୍ଲୀ/ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ଏକ ଘରୋଇ ଟିଭି ଚ୍ୟାନେଲ ଏକ ବିବାଦୀୟ ଓ ସମ୍ମାନହାନି କଲାଭଳି ଭିଡିଓ ପ୍ରସାରଣ କରିଥିବାରୁ ସମ୍ପୃକ୍ତ ଟିଭି ଚ୍ୟାନେଲ ‘ନ୍ୟାଶନାଲ ଲାଇଭ’ର ମାଲିକ, ସମ୍ପାଦକ ଓ ସାମ୍ୱାଦିକ ଗିରଫ ହୋଇଛନ୍ତି। ପ୍ରଶାନ୍ତ ଜଗଦୀଶ କନୋଜିଆ ଷ୍ଟ୍ରିଞ୍ଜର-ରିପୋର୍ଟର ଭାବରେ ଏହି ଚ୍ୟାନେଲରେ କାମ କରୁଥିଲେ। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ପ୍ରଶାନ୍ତ ଜଗଦୀଶ ଜୁନ […]

Yogi-Aditynath-Prashant-kanojia_080619-032419

Subhransu Sekhar
  • Published: Sunday, 09 June 2019
  • , Updated: 09 June 2019, 02:27 PM IST

ନୂଆଦିଲ୍ଲୀ/ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ଏକ ଘରୋଇ ଟିଭି ଚ୍ୟାନେଲ ଏକ ବିବାଦୀୟ ଓ ସମ୍ମାନହାନି କଲାଭଳି ଭିଡିଓ ପ୍ରସାରଣ କରିଥିବାରୁ ସମ୍ପୃକ୍ତ ଟିଭି ଚ୍ୟାନେଲ 'ନ୍ୟାଶନାଲ ଲାଇଭ'ର ମାଲିକ, ସମ୍ପାଦକ ଓ ସାମ୍ୱାଦିକ ଗିରଫ ହୋଇଛନ୍ତି।

ପ୍ରଶାନ୍ତ ଜଗଦୀଶ କନୋଜିଆ ଷ୍ଟ୍ରିଞ୍ଜର-ରିପୋର୍ଟର ଭାବରେ ଏହି ଚ୍ୟାନେଲରେ କାମ କରୁଥିଲେ। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ପ୍ରଶାନ୍ତ ଜଗଦୀଶ ଜୁନ ୬ ତାରିଖ ଦିନ ଉକ୍ତ ଚ୍ୟାନେଲର ଡିବେଟ କାର୍ଯ୍ୟକ୍ରମରେ ଏହି ଭିଡିଓକୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ସମ୍ମାନହାନି କଲାଭଳି ମନ୍ତବ୍ୟ ରଖିଥିଲେ। ଏହାପରେ ଲକ୍ଷ୍ନୌର ଜଣେ ପୁଲିସ କର୍ମୀ ସେହି ଭିଡିଓର ପ୍ରଦର୍ଶନ ବିରୋଧରେ ଥାନାରେ ଏତଲା ଦେବା ପରେ ସାମ୍ୱାଦିକ ପ୍ରଶାନ୍ତ ଜଗଦୀଶଙ୍କୁ ଦିଲ୍ଲୀର ପଶ୍ଚିମ ବିନୋଦ ନଗର ଅଞ୍ଚଳରୁ ପୁଲିସ ଗିରଫ କରିଛି।

ଏଥିସହ ଚ୍ୟାନେଲର ମାଲିକ ଇଶିକା ସିଂହ ଏବଂ ସମ୍ପାଦକ ଅନୁଜ ଶୁକ୍ଳା ମଧ୍ୟ ଗତକାଲି ଗିରଫ ହୋଇଛନ୍ତି। ଭିଡିଓ ବାବଦରେ ଯାଞ୍ଚ ବା ତଦନ୍ତ ନକରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏପରି ଖବର ପ୍ରସାରଣ କରିଥିବାରୁ ପୁଲିସ ଏମାନଙ୍କୁ ଗିରଫ କରିଛି।

ତଦନ୍ତ ବେଳେ ସମ୍ପୃକ୍ତ ଚ୍ୟାନେଲର ପ୍ରସାରଣ ପାଇଁ ଆବଶ୍ୟକ ଲାଇସେନ୍ସ ନଥିବା ପୁଲିସ ଜାଣିବାକୁ ପାଇଛି। ବେଆଇନ ଭାବରେ ଉକ୍ତ ଚ୍ୟାନେଲ ପ୍ରସାରଣ କରୁଥିବାରୁ ପୁଲିସ ଆଉ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

Related story