ଡିସେମ୍ବରରେ ଜୈଶ୍‌ର ୨୧ ଜଣ ଆତଙ୍କବାଦୀ କଶ୍ମୀରରେ ପଶିଥିଲେ

ନୂଆଦିଲ୍ଲୀ: ଗତବର୍ଷ (୨୦୧୮) ଡିସେମ୍ବର ମାସରେ ଜମ୍ମୁ-କଶ୍ମୀରରେ ୨୧ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଥିଲେ। ସେମାନେ ସମସ୍ତେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର। ସେମାନଙ୍କ ମଧ୍ୟରେ ଥିଲେ ତିନି ଜଣ ଆତ୍ମଘାତୀ ବୋମାବିସ୍ଫୋରଣକାରୀ। ସେମାନେ ତିନିଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ କରିବା ଲକ୍ଷ୍ୟରେ କାଶ୍ମୀରରେ ପ୍ରବେଶ କରିଥିଲେ। ସେଥିରୁ ଦୁଇଟି ବିସ୍ଫୋରଣ ସେମାନେ କଶ୍ମୀର ବାହାରେ କରିବାକୁ ଯୋଜନା କରିଥିଲେ ବୋଲି ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ପୁତୁରା […]

pulwama

Jitendra Garnayak
  • Published: Tuesday, 19 February 2019
  • , Updated: 19 February 2019, 12:55 PM IST

ନୂଆଦିଲ୍ଲୀ: ଗତବର୍ଷ (୨୦୧୮) ଡିସେମ୍ବର ମାସରେ ଜମ୍ମୁ-କଶ୍ମୀରରେ ୨୧ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଥିଲେ। ସେମାନେ ସମସ୍ତେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର। ସେମାନଙ୍କ ମଧ୍ୟରେ ଥିଲେ ତିନି ଜଣ ଆତ୍ମଘାତୀ ବୋମାବିସ୍ଫୋରଣକାରୀ। ସେମାନେ ତିନିଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ କରିବା ଲକ୍ଷ୍ୟରେ କାଶ୍ମୀରରେ ପ୍ରବେଶ କରିଥିଲେ। ସେଥିରୁ ଦୁଇଟି ବିସ୍ଫୋରଣ ସେମାନେ କଶ୍ମୀର ବାହାରେ କରିବାକୁ ଯୋଜନା କରିଥିଲେ ବୋଲି ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ପୁତୁରା ମହମ୍ମଦ ଉମୈର ନେତୃତ୍ୱରେ ଏହି ୨୧ ଜଣିଆ ଟିମ୍ ଭାରତରେ ଅନୁପ୍ରବେଶ କରିଥିଲା। ଏଥିରେ କମ୍ରାନ୍ ବି ଥିଲା, ଯିଏ ଗତକାଲି ସେନାର କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଛି ବୋଲି କୁହାଯାଉଛି।

ମାସୁଦ ଆଝାରର ଅନ୍ୟତମ ପୁତୁରା ଉସ୍ମାନ୍ ହାଇଦର୍ ଓ ଅଫଜଲ ଗୁରୁର ମୃତ୍ୟୁର ପ୍ରତିଶୋଧ ନେବାକୁ ଜୈଶ୍ର ଏହି ଆତଙ୍କବାଦୀ ଦଳ କଶ୍ମୀରରେ ପଶିଛି ବୋଲି କୁହାଯାଉଛି। ଗତବର୍ଷ ଅକ୍ଟୋବର ମାସରେ ଉସ୍ମାନ୍ ହାଇଦର ସେନା ଗୁଳିରେ ପ୍ରାଣ ହରାଇଥିଲା ବେଳେ ଅଫ୍ଜଲ୍ ଗୁରୁକୁ ସଂସଦରେ ଆକ୍ରମଣ ଘଟଣାରେ ଫାଶୀ ଦିଆଯାଇଥିଲା।

ଏହି ଆତଙ୍କବାଦୀ ଟିମ୍ରେ ଥିବା ତିନି ଜଣ ଆତ୍ମଘାତୀ ବୋମାବିସ୍ଫୋରଣକାରୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇସାରିଛି। ତା’ ନାଁ ଅଦିଲ ଅହମଦ ଡର। ପୁଲୱାମାରେ ସେ ହିଁ ବିସ୍ଫୋରଣ ଘଟାଇଥିଲା। ସେ କଶ୍ମୀରର ଯୁବକ। ଅନ୍ୟ ଦୁଇ ଆତ୍ମଘାତୀ ବୋମାବିସ୍ଫୋରଣକାରୀଙ୍କୁ ଜମ୍ମୁ ଓ ଅନ୍ୟ ଏକ ସ୍ଥାନରେ ବିସ୍ଫୋରଣ ଘଟାଇବାକୁ କୁହାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିଲେ।

Related story