୨୧ ଜଣ ଆପ ବିଧାୟକଙ୍କ ନାମରେ ଅଛି ଅପରାଧିକ ମାମଲା

ନୂଆଦିଲ୍ଲୀ: ୨୧ ଜଣ ଆପ ବିଧାୟକଙ୍କ ବିରୁଦ୍ଧରେ ୨୪ ଟି ଅପରାଧିକ ମାମଲା ରହିଛି। ଦିଲ୍ଲୀ ପୋଲିସ ଦେଇଛି ଏହି ସୂଚନା । ପୋଲିସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏସବୁ ମାମଲାର ତଦନ୍ତ ହେବ। ସଂପୃକ୍ତ ବିଧାୟକ ମାନଙ୍କ ବିରୁଦ୍ଧରେ ଜାର୍ଜସିଟ ଦାଖଲ କରାଯିବ। ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୁଦ୍ଧରେ ୬ ଥର ଚାର୍ଜସିଟ ଦାଖଲ କରିସାରିଛି । ଆଉ ଦୁଇଟି ମାମଲାରେ ତଦନ୍ତ ଚାଲିଛି। କେଜ୍ରିୱାଲ ମୁଖ୍ୟତଃ ବିକ୍ଷୋଭ […]

Arvind Kejriwal

Rakesh Mallick
  • Published: Wednesday, 17 June 2015
  • , Updated: 17 June 2015, 08:08 AM IST

ନୂଆଦିଲ୍ଲୀ: ୨୧ ଜଣ ଆପ ବିଧାୟକଙ୍କ ବିରୁଦ୍ଧରେ ୨୪ ଟି ଅପରାଧିକ ମାମଲା ରହିଛି। ଦିଲ୍ଲୀ ପୋଲିସ ଦେଇଛି ଏହି ସୂଚନା । ପୋଲିସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏସବୁ ମାମଲାର ତଦନ୍ତ ହେବ। ସଂପୃକ୍ତ ବିଧାୟକ ମାନଙ୍କ ବିରୁଦ୍ଧରେ ଜାର୍ଜସିଟ ଦାଖଲ କରାଯିବ।

ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୁଦ୍ଧରେ ୬ ଥର ଚାର୍ଜସିଟ ଦାଖଲ କରିସାରିଛି । ଆଉ ଦୁଇଟି ମାମଲାରେ ତଦନ୍ତ ଚାଲିଛି। କେଜ୍ରିୱାଲ ମୁଖ୍ୟତଃ ବିକ୍ଷୋଭ ଓ ଆନ୍ଦୋଳନ ଆଦି ମାମଲାରେ ଜଡିତ ଅଛନ୍ତି। ନିଷେଧାଦେଶ ସତ୍ତ୍ୱେ ସେ ଏହି ସବୁ ବିକ୍ଷୋଭ ଓ ଆନ୍ଦୋଳନ କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୁଦ୍ଧରେ ଥିବା ଏକ ମାମଲାର ଶୁଣାଣି ଆସନ୍ତା ‌ଅଗଷ୍ଟ ୧ ତାରିଖରେ ଦିଲ୍ଲୀର ଏକ କୋର୍ଟରେ ହେବ।

ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଛି। ନିଷେଧାଦେଶ ସତ୍ତ୍ୱେ ୨୦୧୪ ରେଳ ଭବନ ସମୁଖରେ ଧାରଣା ମାମଲାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଆପ୍ ବିଧାୟକ ତଥା ପୂର୍ବତନ ଆଇନମନ୍ତ୍ରୀ ଜିତେନ୍ଦ୍ର ସିଂହ ତୋମାରଙ୍କ ବିରୁଦ୍ଧରେ ଠକେଇ ଓ ଜାଲ୍ ସାଟିଫିକେଟ୍ ଆଦି ନେଇ ମାମଲା ରୁଜୁ ହୋଇଛି। ସେହିପରି ଆଉ ଜଣେ ଆପ୍ ବିଧାୟକ ମନୋଜ କୁମାରଙ୍କ ବିରୁଦ୍ଧରେ ଠକେଇ, ସୁରକ୍ଷା କର୍ମଚାରୀଙ୍କୁ ଧମକ ତଥା ମହିଳାଙ୍କୁ ଅସଦାଚରଣ ଆଦି ନେଇ ମାମଲା ରୁଜୁ ହୋଇଛି । ଆପର ଉତ୍ତମ ନଗର ବିଧାୟକ ନରେଶ ବାଲିୟାନଙ୍କ ବିରୁଦ୍ଧରେ ନିର୍ବାଚନ ସମୟରେ ମଦ ବାଣ୍ଟିବା ନେଇ ମାମଲା ରୁଜୁ ହୋଇଛି।

ବିଧାୟକ ସୋମନାଥ ଭାରତୀଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ଘରୋଇ ହିଂସା ଅଭିଯୋଗ ଆଣି ଏତଲା ଦେଇଛନ୍ତି।

Related story