ପାକିସ୍ତାନକୁ ପାନେ ଦେଲେ ଭାରତୀୟ ଯୁବତୀ: ଫେକ୍‌ ଫଟୋ ହେଲା କାଳ

ନୂଆଦିଲ୍ଲୀ: ବାରମ୍ବାର ନକଲି ଫଟୋ ଦେଖାଇ ଭାରତକୁ ବଦନାମ କରିବାକୁ ଚେଷ୍ଟା କରି ଧରା ପଡୁଥିବା ପାକିସ୍ତାନ ସୁଧୁରିବାର ନାଁ ନେଉନାହିଁ। ବିଶ୍ୱସ୍ତରୀୟ ମଞ୍ଚରେ ଧରାପଡି ନିନ୍ଦିତ ହୋଇଥିବା ପାକିସ୍ତାନକୁ ଏଥର ପାନେ ଦେଇଛନ୍ତି ଜଣେ ଭାରତୀୟ ଯୁବତୀ, ଯାହା ପାକିସ୍ତାନର ପ୍ରତିରକ୍ଷା ବିଭାଗର ମନ୍ଦ ଉଦ୍ଦେଶ୍ୟକୁ ପଦାରେ ପକାଇବା ସହ ତାଙ୍କ ଅକଲ ଗୁଡମ୍‌ କରିଦେଇଛି। ସୂଚନାଯୋଗ୍ୟ, ପାକିସ୍ତାନ ପ୍ରତିରକ୍ଷା ବିଭାଗର ଅଫିସିଆଲ ଟ୍ୱିଟର ପେଜ୍‌ରେ କୱଲପ୍ରିତ କୌର ନାମକ ଜଣେ ଭାରତୀୟ ଯୁବତୀଙ୍କ ଫଟୋ […]

pakistan-defenc

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 12:36 PM IST

ନୂଆଦିଲ୍ଲୀ: ବାରମ୍ବାର ନକଲି ଫଟୋ ଦେଖାଇ ଭାରତକୁ ବଦନାମ କରିବାକୁ ଚେଷ୍ଟା କରି ଧରା ପଡୁଥିବା ପାକିସ୍ତାନ ସୁଧୁରିବାର ନାଁ ନେଉନାହିଁ। ବିଶ୍ୱସ୍ତରୀୟ ମଞ୍ଚରେ ଧରାପଡି ନିନ୍ଦିତ ହୋଇଥିବା ପାକିସ୍ତାନକୁ ଏଥର ପାନେ ଦେଇଛନ୍ତି ଜଣେ ଭାରତୀୟ ଯୁବତୀ, ଯାହା ପାକିସ୍ତାନର ପ୍ରତିରକ୍ଷା ବିଭାଗର ମନ୍ଦ ଉଦ୍ଦେଶ୍ୟକୁ ପଦାରେ ପକାଇବା ସହ ତାଙ୍କ ଅକଲ ଗୁଡମ୍‌ କରିଦେଇଛି।

ସୂଚନାଯୋଗ୍ୟ, ପାକିସ୍ତାନ ପ୍ରତିରକ୍ଷା ବିଭାଗର ଅଫିସିଆଲ ଟ୍ୱିଟର ପେଜ୍‌ରେ କୱଲପ୍ରିତ କୌର ନାମକ ଜଣେ ଭାରତୀୟ ଯୁବତୀଙ୍କ ଫଟୋ ପୋଷ୍ଟ କରାଯାଇଥିଲା। ଏହି ଫଟୋରେ କୌର ଏକ କାଗଜ ଧରିଥିଲେ, ଯେଉଁଥିରେ ଲେଖାଥିଲା- ‘ମୁଁ ଭାରତୀୟ, କିନ୍ତୁ ଭାରତକୁ ଘୃଣା କରେ’। କୌରଙ୍କ ଫଟୋ ଅସଲି ଥିବା ବେଳେ ଏହାର ଲେଖା ନକଲି ଥିଲା। କାରଣ କୌର ପ୍ରକୃତ ଫଟୋରେ ଧରିଥିବା କାଗଜରେ ଲେଖାଥିଲା- ‘ମୁଁ ଭାରତର ନାଗରିକ। ନିଜ ଧର୍ମନିରପେକ୍ଷ ସମ୍ବିଧାନ ସହ ଛିଡା ହୋଇଛି। ମୁସଲମାନଙ୍କୁ ପିଟି ମାରି ଦେଉଥିବା ଲୋକଙ୍କ ବିରୋଧରେ ଲେଖିବା ଜାରି ରଖିବି।’

ପାକିସ୍ତାନ ପ୍ରତିରକ୍ଷା ବିଭାଗ ଲେଖାଟିକୁ ବଦଳାଇ ଭାରତକୁ ନିନ୍ଦିତ କରିବାକୁ ଚେଷ୍ଟା କରିଥିଲା। ଏହା ଜଣାପଡ଼ିବା ପରେ କୌର ଟ୍ୱିଟରରେ ଏହାର ଅଭିଯୋଗ କରିଥିଲେ।  ସେ ଅଭିଯୋଗ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଫେକ୍‌ ପୋଷ୍ଟ ପାଇଁ ପାକିସ୍ତାନ ପ୍ରତିରକ୍ଷା ବିଭାଗକୁ ଫଳ ଭୋଗିବାକୁ ପଡିଥିଲା। ଟ୍ୱିଟ୍‌ର ପାକିସ୍ତାନର ଏହି ଅଫିସିଆଲ ପେଜ୍‌କୁ ବ୍ଲକ କରିଦେଇଛି।

ସୂଚନାଯୋଗ୍ୟ, ଗତ ନଭେମ୍ବରରେ ପାକିସ୍ତାନ ରାଷ୍ଟ୍ରଦୂତ ୟୁଏନ୍‌ରେ ଏକ ନକଲି ଫଟୋ ଦେଖାଇ ଏହା କାଶ୍ମୀରର ବୋଲି କହିଥିଲେ। କାଶ୍ମୀର ଲୋକଙ୍କୁ ଅତ୍ୟାଚାର ସହିବାକୁ ପଡୁଥିବା ସେ କହିଥିଲେ। ହେଲେ ଏହି ଫଟୋ ଦେଖାଯିବାର କିଛି ସମୟ ପରେ ପାକିସ୍ତାନର ମୁଖା ଖୋଲି ଯାଇଥିଲା। ଫଟୋଟି ଗାଜାର ଜଣେ ଆହତ ଯୁବତୀଙ୍କର ଥିଲା। ଏଥିପାଇଁ ପାକିସ୍ତାନକୁ ବହୁତ ନିନ୍ଦିତ ହେବାକୁ ପଡିଥିଲା। ବିଶ୍ୱ ଦରବାରରେ ଏପରି ନକଲି ଫଟୋ ଦେଖାଇ ମାଟି କାମୁଡି ଥିଲେ ମଧ୍ୟ ପାକିସ୍ତାନର ଚେତା ପଶୁନାହିଁ। ଏଥର ଭାରତର କୌଣସି ବିଶ୍ୱସ୍ତରୀୟ ଅଧିକାରୀ ନୁହେଁ, ଜଣେ ଯୁବତୀ ପାକିସ୍ତାନକୁ ତା’ର ଔକାତ ଦେଖାଇ ଦେଇଛନ୍ତି।

Related story