ବିସ୍କୁଟ ଖାଇ ଦୁଇ ଛୋଟ ଛୁଆଙ୍କ ମୃତ୍ୟୁ !

ଅମରାବତୀ: ବିସ୍କୁଟ ଖାଇ ଦୁଇ ଛୋଟ ଛୁଆଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାର ଦୁଇ ଛୋଟ ବିସ୍କୁଟ ଖାଇ ପ୍ରାଣ ହରାଇଛନ୍ତି। ଆଉ କିଛି ଛୋଟ ଛୁଆ ସମାନ ବିସ୍କୁଟ ଖାଇ ଗୁରୁତର ହୋଇ ପଡ଼ିଛନ୍ତି। ଏବେ ସେମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ବିସ୍କୁଟଟି ଏକ ସ୍ଥାନୀୟ କମ୍ପାନୀର ବୋଲି ଜଣାପଡ଼ିଛି। ବିସ୍କୁଟ ବ୍ରାଣ୍ଡର ନାମ ‘ବୀରମଣି’ (veeramani) ରହିଥିବାବେଳେ ରୋଜ ମାଙ୍ଗୋ ରହିଛି ବିସ୍କୁଟର ନାମ। ମୃତକଙ୍କ ପରିବାର ଲୋକ ଦାବି କରିଛନ୍ତି ଯେ […]

biscuit

biscuit

Subhransu Sekhar
  • Published: Tuesday, 15 September 2020
  • Updated: 15 September 2020, 09:09 PM IST

ଅମରାବତୀ: ବିସ୍କୁଟ ଖାଇ ଦୁଇ ଛୋଟ ଛୁଆଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାର ଦୁଇ ଛୋଟ ବିସ୍କୁଟ ଖାଇ ପ୍ରାଣ ହରାଇଛନ୍ତି। ଆଉ କିଛି ଛୋଟ ଛୁଆ ସମାନ ବିସ୍କୁଟ ଖାଇ ଗୁରୁତର ହୋଇ ପଡ଼ିଛନ୍ତି। ଏବେ ସେମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ବିସ୍କୁଟଟି ଏକ ସ୍ଥାନୀୟ କମ୍ପାନୀର ବୋଲି ଜଣାପଡ଼ିଛି। ବିସ୍କୁଟ ବ୍ରାଣ୍ଡର ନାମ ‘ବୀରମଣି’ (veeramani) ରହିଥିବାବେଳେ ରୋଜ ମାଙ୍ଗୋ ରହିଛି ବିସ୍କୁଟର ନାମ।

ମୃତକଙ୍କ ପରିବାର ଲୋକ ଦାବି କରିଛନ୍ତି ଯେ ସେହି ବିସ୍କୁଟ ଖାଇବା ପରେ ସେମାନଙ୍କ ପିଲାମାନେ ଅସୁସ୍ଥ ହୋଇପଡିଥିଲେ। ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଛି। ସ୍ଥାନୀୟ ଦୋକନାରୁ ବିସ୍କୁଟ ମଧ୍ୟ ଜବତ କରାଯାଇଛି। ମୋଟ୍ ତେରଟି ବିସ୍କୁଟ ପ୍ୟାକେଟ ଜବତ କରାଯାଇଛି।

ବର୍ତ୍ତମାନ ପୁଲିସ ତଦନ୍ତ କରୁଛି। ବୀରମଣି ବିସ୍କୁଟ କମ୍ପାନୀକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos