ଆଜିଠୁ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ; ଖସିପାରେ ବହୁ ସାମଗ୍ରୀର ଶୁଳ୍କ ହାର

ନୂଆଦିଲ୍ଲୀ: ଆସାମର ଗୌହାଟିରେ ଆଜିଠୁ ଆରମ୍ଭ ହେଉଛି ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ। ଏହି ବୈଠକରେ ଜିଏସଟି କାଉନସିଲ ଦୈନନ୍ଦିନ ବ୍ୟବହୃତ ବହୁ ସାମଗ୍ରୀ ଉପରୁ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ବିଶେଷକରି ୨୮ପ୍ରତିଶତ ଜିଏସଟି ଆଦାୟ ହେଉଥିବା ବହୁ ସାମଗ୍ରୀ ୧୮ ପ୍ରତିଶତକୁ ହ୍ରାସ ପାଇବ। ଏସବୁ ମଧ୍ୟରେ ପ୍ଲାଷ୍ଟିକ୍ ଉତ୍ପାଦ ଓ ହାତ ତିଆରି ଆସବାବପତ୍ର, ସାମ୍ପୁ ଏବଂ ଅନ୍ୟ କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବି ଶସ୍ତା ହୋଇପାରେ। ଏହାସହ […]

BJP parliamentary party meeting

Rakesh Mallick
  • Published: Thursday, 09 November 2017
  • , Updated: 09 November 2017, 09:32 AM IST

ନୂଆଦିଲ୍ଲୀ: ଆସାମର ଗୌହାଟିରେ ଆଜିଠୁ ଆରମ୍ଭ ହେଉଛି ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ। ଏହି ବୈଠକରେ ଜିଏସଟି କାଉନସିଲ ଦୈନନ୍ଦିନ ବ୍ୟବହୃତ ବହୁ ସାମଗ୍ରୀ ଉପରୁ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ବିଶେଷକରି ୨୮ପ୍ରତିଶତ ଜିଏସଟି ଆଦାୟ ହେଉଥିବା ବହୁ ସାମଗ୍ରୀ ୧୮ ପ୍ରତିଶତକୁ ହ୍ରାସ ପାଇବ। ଏସବୁ ମଧ୍ୟରେ ପ୍ଲାଷ୍ଟିକ୍ ଉତ୍ପାଦ ଓ ହାତ ତିଆରି ଆସବାବପତ୍ର, ସାମ୍ପୁ ଏବଂ ଅନ୍ୟ କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବି ଶସ୍ତା ହୋଇପାରେ। ଏହାସହ ବୈଠକରେ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କ ପାଇଁ ଜିଏସଟି ରିଟର୍ଣ୍ଣ ଫାଇଲିଂର ସୂତ୍ର ମଧ୍ୟ ସରଳ କରିବା ଉପରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।  ୨୮ରୁ ୧୮ ପ୍ରତିଶତକୁ କମିବାକୁ ଥିବା ସାମଗ୍ରୀ ମଧ୍ୟରେ ଇଲେଟ୍ରିକ୍ ସ୍ୱିଚ୍, ପ୍ଲାଷ୍ଟିକ୍ ପାଇପ, ସାଓ୍ୱାର ବାଥ୍, ସିଙ୍କ୍, ବେସିନ, ପ୍ୟାନ୍ ଓ ସିଟ୍ କଭର  ଆଦି ସାମିଲ ହୋଇପାରେ।

ଗତ ଜୁଲାଇ ପହିଲାରୁ ସାରା ଦେଶରେ ଦ୍ରବ୍ୟ ଓ ସେବା କର ବା ଜିଏସଟି ଲାଗୁ  କରାଯାଇଥିଲା।  ଜିଏସଟି ଲାଗୁ ପରେ ଜିଏସଟି କାଉନସିଲ ପକ୍ଷରୁ ପ୍ରତି ମାସରେ ଏହି ବୈଠକ ବସୁଛି।

Related story