ନ୍ୟୁଜିଲ୍ୟାଣ୍ଡକୁ ଫେରିଲା କରୋନା

ୱେଲିଂଟନ୍‌: ସପ୍ତାହେ ତଳେ ନିଜକୁ କରୋନା ଦେଶ ମୁକ୍ତ ବୋଲି ନ୍ୟୁଜିଲ୍ୟାଣ୍ଡ ଘୋଷଣା କରିଥିଲା। ଏମିତିକି ଅନେକ ଲୋକ ସେଲିବ୍ରେସନ୍ ମଧ୍ୟ କରିଥିଲେ। ତେବେ ସେଠାକୁ ପୁଣି ଫେରିଛି କରୋନା। ଦୁଇ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ନ୍ୟୁଜିଲ୍ୟାଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି। ଏହି ଦୁଇ ଆକ୍ରାନ୍ତ ଆମେରିକାରୁ ଫେରିଥିଲେ। ଆଉ ପଜିଟିଭ୍ କେସ୍ ନ ଆସିବା ପରେ ଗତ ସପ୍ତାହରେ ନ୍ୟୁଜିଲ୍ୟାଣ୍ଡ ସମସ୍ତ ସାମାଜିକ ଓ ଆର୍ଥିକ […]

newsland

Jitendra Garnayak
  • Published: Tuesday, 16 June 2020
  • , Updated: 16 June 2020, 12:57 PM IST

ୱେଲିଂଟନ୍‌: ସପ୍ତାହେ ତଳେ ନିଜକୁ କରୋନା ଦେଶ ମୁକ୍ତ ବୋଲି ନ୍ୟୁଜିଲ୍ୟାଣ୍ଡ ଘୋଷଣା କରିଥିଲା। ଏମିତିକି ଅନେକ ଲୋକ ସେଲିବ୍ରେସନ୍ ମଧ୍ୟ କରିଥିଲେ। ତେବେ ସେଠାକୁ ପୁଣି ଫେରିଛି କରୋନା। ଦୁଇ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ନ୍ୟୁଜିଲ୍ୟାଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି। ଏହି ଦୁଇ ଆକ୍ରାନ୍ତ ଆମେରିକାରୁ ଫେରିଥିଲେ।

ଆଉ ପଜିଟିଭ୍ କେସ୍ ନ ଆସିବା ପରେ ଗତ ସପ୍ତାହରେ ନ୍ୟୁଜିଲ୍ୟାଣ୍ଡ ସମସ୍ତ ସାମାଜିକ ଓ ଆର୍ଥିକ କଟକଣା ଉଠାଇ ଦେଇଥିଲା। କେବଳ ସୀମାରେ କଟକଣା ଥିଲା। ତେବେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ୍ ସେତେବେଳେ ନୂଆ ପଜିଟିଭ୍ କେସ୍ ଆସିପାରେ ବୋଲି ସତର୍କ କରାଇ ଦେଇଥିଲେ। ଆଗକୁ ବିଦେଶରେ ଥିବା ଲୋକେ ଦେଶକୁ ଫେରିବେ। ତେଣୁ ପଜିଟିଭ୍ କେସ୍ ଦେଖାଯାଇପାରେ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡରେ ଏଯାବତ କରୋନାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି।

Related story