ଦିଲ୍ଲୀ ବିମାନ ବନ୍ଦରରେ ଦୁଇ ବିମାନ ମୁହାଁମୁହିଁ

ନୂଆଦିଲ୍ଲୀ: ଗୋଆ ପରେ ଆଜି ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ଏୟାର ଲାଇନ୍ସ ଓ ସ୍ପାଇସ୍‌ଜେଟ୍‌ ଦୁଇ ବିମାନ ମୁହାଁମୁହିଁ ହୋଇଥିଲେ। ତେବେ ପରସ୍ପର ସହିତ ସାମାନ୍ୟ ଧକ୍କା ହୋଇଥିବାରୁ ଅଳ୍ପକେ ଦୁର୍ଘଟଣା ଟଳି ଯାଇଛି। ଇଣ୍ଡିଗୋ ବିମାନଟି ଲକ୍ଷ୍ନୌରୁ ଆସି ଯାତ୍ରୀମାନଙ୍କୁ ଓହ୍ଲାଇବା ପରେ ଟ୍ୟାକ୍ସି ୱେ ଅଭିମୁଖେ ଯାଉଥିଲା। ଠିକ୍‌ ଏହି ସମୟରେ ସାମ୍ନା ଦିଗରୁ ସ୍ପାଇସ୍‌ ଜେଟ୍‌ ବିମାନ ଉଡ଼ାଣ ଭରୁଥିଲା। ଏହି ସମୟରେ ଦୁଇ ବିମାନ ମୁହାଁମୁହିଁ ହୋଇଥିଲା। ତେବେ ଏୟାର ଟ୍ରାଫିକ୍‌ […]

airoplanefinal

Rakesh Mallick
  • Published: Tuesday, 27 December 2016
  • , Updated: 27 December 2016, 01:44 PM IST

ନୂଆଦିଲ୍ଲୀ: ଗୋଆ ପରେ ଆଜି ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ଏୟାର ଲାଇନ୍ସ ଓ ସ୍ପାଇସ୍‌ଜେଟ୍‌ ଦୁଇ ବିମାନ ମୁହାଁମୁହିଁ ହୋଇଥିଲେ। ତେବେ ପରସ୍ପର ସହିତ ସାମାନ୍ୟ ଧକ୍କା ହୋଇଥିବାରୁ ଅଳ୍ପକେ ଦୁର୍ଘଟଣା ଟଳି ଯାଇଛି।

ଇଣ୍ଡିଗୋ ବିମାନଟି ଲକ୍ଷ୍ନୌରୁ ଆସି ଯାତ୍ରୀମାନଙ୍କୁ ଓହ୍ଲାଇବା ପରେ ଟ୍ୟାକ୍ସି ୱେ ଅଭିମୁଖେ ଯାଉଥିଲା। ଠିକ୍‌ ଏହି ସମୟରେ ସାମ୍ନା ଦିଗରୁ ସ୍ପାଇସ୍‌ ଜେଟ୍‌ ବିମାନ ଉଡ଼ାଣ ଭରୁଥିଲା। ଏହି ସମୟରେ ଦୁଇ ବିମାନ ମୁହାଁମୁହିଁ ହୋଇଥିଲା। ତେବେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ଟାୱାରକୁ ଯୋଗାଯୋଗରେ ତ୍ରୁଟି ହୋଇଥିବା କାରଣରୁ ଏପରି ଅସୁବିଧା ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଡିଜିସିଏ ଏହି ମାମଲାରେ ଏୟାର କଣ୍ଟ୍ରୋଲ ତଥା ଏଟିସିର ଭୂମିକାର ଅଧିକ ତଦନ୍ତ ଜାରି ରଖିଛି।

Related story