୨ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪୦ ମୃତ

ନୂଆଦିଲ୍ଲୀ: ଭାରତର ସ୍ୱର୍ଗ କୁହାଯାଉଥିବା ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ଆଜି ଦୁଇଟି ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏହି ଦୁଇଟି ଦୁର୍ଘଟଣାରେ ଅନ୍ୟୁନ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଘଟଣାରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଆଜି ସକାଳେ ପ୍ରଥମେ ଜମ୍ମୁ-କଶ୍ମୀରର କିସ୍ତୱାରଠାରେ ଏକ ମିନିବସ୍‌ କେଶୱନଠାରୁ କିସ୍ତୱାର ଅଭିମୁଖେ ଯାଉଥିଲା। […]

sa1

sa1

Hemant Lenka
  • Published: Monday, 01 July 2019
  • Updated: 01 July 2019, 04:48 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ସ୍ୱର୍ଗ କୁହାଯାଉଥିବା ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ଆଜି ଦୁଇଟି ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏହି ଦୁଇଟି ଦୁର୍ଘଟଣାରେ ଅନ୍ୟୁନ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଘଟଣାରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ଆଜି ସକାଳେ ପ୍ରଥମେ ଜମ୍ମୁ-କଶ୍ମୀରର କିସ୍ତୱାରଠାରେ ଏକ ମିନିବସ୍‌ କେଶୱନଠାରୁ କିସ୍ତୱାର ଅଭିମୁଖେ ଯାଉଥିଲା। ତେବେ ସେହି ମିନି ବସ୍‌ରେ କ୍ଷମତାଠାରୁ ଅଧିକ ଯାତ୍ରୀ ରହିଥିବାରୁ ଏହା ଭାରସାମ୍ୟ ହରାଇ ସିରଗ୍ୱାରିରେ ଥିବା ଏକ ଗଭୀର ଖାତକୁ ଖସି ପଡ଼ିଥିଲା।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ମିନି ବସ୍‌ଟି ସଂପୂର୍ଣ୍ଣ ରୂପେ ଛିନଛତ୍ର ହୋଇଯାଇଥିଲା। ଘଟଣା ସ୍ଥଳରେ ହଁ ୩୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ସ୍ଥାନୀୟ ଲୋକମାନେ ଭାଙ୍ଗିରୁଜି ଯାଇଥିବା ବସ୍‌ ମଧ୍ୟରୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲ୍‌କୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ୧୭ ଜଣ ଯାତ୍ରୀ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେକେ ୧୭-୬୭୮୭ ନମ୍ବର ବିଶିଷ୍ଟ ମିନି ବସ୍‌ଟି ଆଜି ସକାଳ ପ୍ରାୟ ୮.୪୦ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଶାସନ ଓ ପୁଲିସ୍‌ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ବେଳେ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ହିମାଚଳ ପ୍ରଦେଶର ଶିମଲା ଠାରେ ଏକ ଯାତ୍ରୀବାହୀ ବସ୍‌ ଘାଟିରୁ ତଳକୁ ଖସି ପଡ଼ିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବସ୍‌ ଡ୍ରାଇଭର ଓ ୩ ଜଣ ଶିକ୍ଷାର୍ଥୀ ରହିଛନ୍ତି। ହିମାଚଳ ପ୍ରଦେଶ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ ବିଭାଗର ବସ୍‌ଟି ସ୍କୁଲ ଛାତ୍ରଛତ୍ରୀଙ୍କ ସହ ସାଧାରଣ ଲୋକଙ୍କୁ ନେଇ ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା।

ତେବେ ଖାଲିନି ଗାଁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଖାତକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ହଁ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ହୋଇଥିବା ଅନ୍ୟ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ହସ୍ପିଟାଲ ନିଆଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ୩ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ସରକାରଙ୍କ ପକ୍ଷରୁ ଘଟଣାର ବିସ୍ତୃତ ସୂଚନା ଏଯାଏ ଦିଆଯାଇ ନାହିଁ। ଏଏନ୍‌ଆଇର ସୂଚନା ଅନୁଯାୟୀ, ଏହା ଏକ ସ୍କୁଲ ବସ୍‌ ଥିଲା। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story