ସ୍ଲୋଭାକିଆରେ ଦୁଇ ବିମାନ ମଧ୍ୟରେ ଧକ୍କା: ୭ମୃତ, ଅଳ୍ପକେ ବର୍ତ୍ତିଲେ ୩୧

ନୂଆଦିଲ୍ଲୀ:  ପଶ୍ଚିମ ସ୍ଲୋଭାକିଆରେ ଗୁରୁବାର ଆୟୋଜିତ ଏକ ଏୟାର ସୋରେ ଦୁଇ ବିମାନ ମଧ୍ୟରେ ଧକ୍କା ହେବାରୁ ୭ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଘଟିବାପରେ ଏଥିରେ ଭାଗ ନେଇଥିବା ୩୧ଜଣ ପ୍ରତିଯୋଗୀ ପାରାଚ୍ୟୁଟ ମାଧ୍ୟମରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁଇବିମାନ ଭୂ-ପୃଷ୍ଠରୁ ୧୫୦୦ ଫୁଟ ଉପରେ ଥିବାବେଳେ ଦୁର୍ଘଟଣା ଘଟିଛି। ଦୁଇ ବିମାନର ଭଗ୍ନାବଶେଷ ଚେକ ପବ୍ଲିକର ଏକ ସୀମାନ୍ତବର୍ତ୍ତୀ ଗାଁରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ […]

Two Slovakian airshow planes collide mid-air, 7 killed

Rakesh Mallick
  • Published: Thursday, 20 August 2015
  • , Updated: 04 May 2017, 03:45 PM IST

ନୂଆଦିଲ୍ଲୀ:  ପଶ୍ଚିମ ସ୍ଲୋଭାକିଆରେ ଗୁରୁବାର ଆୟୋଜିତ ଏକ ଏୟାର ସୋରେ ଦୁଇ ବିମାନ ମଧ୍ୟରେ ଧକ୍କା ହେବାରୁ ୭ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଘଟିବାପରେ ଏଥିରେ ଭାଗ ନେଇଥିବା ୩୧ଜଣ ପ୍ରତିଯୋଗୀ ପାରାଚ୍ୟୁଟ ମାଧ୍ୟମରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁଇବିମାନ ଭୂ-ପୃଷ୍ଠରୁ ୧୫୦୦ ଫୁଟ ଉପରେ ଥିବାବେଳେ ଦୁର୍ଘଟଣା ଘଟିଛି।

ଦୁଇ ବିମାନର ଭଗ୍ନାବଶେଷ ଚେକ ପବ୍ଲିକର ଏକ ସୀମାନ୍ତବର୍ତ୍ତୀ ଗାଁରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏଥିରେ ୫ ଜଣ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି।

Related story