Advertisment

ଉରୀ ସେନା କ୍ୟାମ୍ପ ନିକଟରେ ବୁଲୁଥିଲେ ଦୁଇ ସନ୍ଦିଗ୍ଧ, ଦେଖି ଦେଲେ ଯବାନ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଉରୀ ସେକ୍ଟରରେ ଥିବା ସେନାର ମୋହରା କ୍ୟାମ୍ପ ନିକଟରେ ଆଜି ଦୁଇ ଜଣ ସନ୍ଦିଗ୍ଧ ବୁଲୁଥିବା ଦେଖିବାକୁ ମିଳିଥିଲା। ଭୋର ପ୍ରାୟ ୩ଟା ବେଳେ ସନ୍ଦିଗ୍ଧ ଦ୍ୱୟ ବୁଲୁଥିବା ବେଳେ ଯବାନଙ୍କ ନଜରକୁ ଆସିଥିଲେ। ଏହାପରେ ଯବାନମାନେ ଗୁଳି ଚଳାଇଥିଲେ। ଏଥିରେ କେହି ମରି ନ ଥିବା ବେଳେ ସେମାନେ ଆହତ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଲାଇନ୍‌ ଅଫ୍‌ କଣ୍ଟୋଲ୍‌ ନିକଟରେ ଥିବା […]

ଅଦ୍ୟତନ ହୋଇଛି
ଉରୀ ସେନା କ୍ୟାମ୍ପ ନିକଟରେ ବୁଲୁଥିଲେ ଦୁଇ ସନ୍ଦିଗ୍ଧ, ଦେଖି ଦେଲେ ଯବାନ

army

Advertisment

ଶ୍ରୀନଗର: ଜମ୍ମୁ-କଶ୍ମୀରର ଉରୀ ସେକ୍ଟରରେ ଥିବା ସେନାର ମୋହରା କ୍ୟାମ୍ପ ନିକଟରେ ଆଜି ଦୁଇ ଜଣ ସନ୍ଦିଗ୍ଧ ବୁଲୁଥିବା ଦେଖିବାକୁ ମିଳିଥିଲା। ଭୋର ପ୍ରାୟ ୩ଟା ବେଳେ ସନ୍ଦିଗ୍ଧ ଦ୍ୱୟ ବୁଲୁଥିବା ବେଳେ ଯବାନଙ୍କ ନଜରକୁ ଆସିଥିଲେ। ଏହାପରେ ଯବାନମାନେ ଗୁଳି ଚଳାଇଥିଲେ। ଏଥିରେ କେହି ମରି ନ ଥିବା ବେଳେ ସେମାନେ ଆହତ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Advertisment

ଲାଇନ୍‌ ଅଫ୍‌ କଣ୍ଟୋଲ୍‌ ନିକଟରେ ଥିବା ଏହି ସେନା କ୍ୟାମ୍ପ ଉପରେ ୨୦୧୬ ମସିହାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଭୋର ସମୟରେ ଯବାନମାନେ ଶୋଇଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୧୯ ଜଣ ଯବାନ ସହିଦ ହୋଇଥିଲେ। ତେବେ ସେନାର ପାଲଟା ଆକ୍ରମଣରେ ସମସ୍ତ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପଛରେ ପାକିସ୍ତାନର ହାତଥିବା ଜଣାପଡ଼ିଥିଲା। ଏହାକୁ ନେଇ ପାକିସ୍ତାନ ବିଶ୍ୱ ଦରବାରରେ ନିନ୍ଦିତ ହୋଇଥିଲା।

ପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍‌ କରି ଏହି ଆକ୍ରମଣର ପ୍ରତିଶୋଧ ନେଇଥିଲା। ପାକିସ୍ତାନ ସୀମାରେ ପଶି ଭାରତୀୟ ଯବାନମାନେ ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିବା ସହ ସୁରକ୍ଷିତ ଭାବେ ଦେଶକୁ ଫେରି ଆସିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe