ଶ୍ରୀନଗର: ଶନିବାର ଜମ୍ମୁକଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘଟିତ ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରାଷ୍ଟ୍ରୀୟ ରାଇଫଲ୍ସର ଆତଙ୍କୀ ନିରୋଧୀ ଟିମ୍ ଏବଂ ରାଜ୍ୟର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (ଏସ୍ଓଜି) ମିଳିତ ଭାବରେ ଏକ ସର୍ଚ୍ଚ ଅପରେସନ୍ରେ ଯାଇଥିଲେ।
ପର୍ଗୁଚି ନାମକ ଏକ ଗାଁରେ ଥିବା ଏକ ବଗିଚାରେ ଲୁଚିଥିବା ଏହି ଆତଙ୍କବାଦୀଙ୍କ ସହିତ ସେମାନଙ୍କ ଗୁଳି ବିନିମୟ ହେବା ସମୟରେ ସୁରକ୍ଷାକର୍ମୀଙ୍କ ଘନ ଘନ ଆକ୍ରମଣରେ ଦୁଇ ଆତଙ୍କବାଦୀ ଟଳିପଡ଼ିଥିଲେ।
ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, “ଲୁଚିଥିବା ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ବର୍ଷଣ କରିବାରୁ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଦୃଢ଼ ଜବାବ ଦିଆଯାଇଥିଲା। ସେମାନଙ୍କ ସଠିକ୍ ପରିଚୟ ଏବଂ ସେମାନେ କେଉଁ ଆତଙ୍କୀ ସଂଗଠନ ସହିତ ଜଡ଼ିତ, ତାହା ଏଯାଏ ଜଣାପଡ଼ିନାହିଁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାହୁଲ ଗାନ୍ଧି ହାଜିର ହୋ': ଜାରି ହେଲା ସମନ
ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
National
ମୋହାଲି ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ୨ ମୃତ, ଘର ମାଲିକ ନାଁରେ ମାମଲା
ବିଲ୍ଡିଂ ତଳେ ପ୍ରାୟ ୧୫ ଜଣ ଦବି ରହିଥିବା ଆଶଙ୍କା ରହିଛି।
Science & Environment
ମହାକାଶକୁ ଯିବ 'ନିସାର' ସାଟେଲାଇଟ୍
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV ମାର୍କ-୨ ସାଟେଲାଇଟରେ ଏହାକୁ ଲଞ୍ଚ କରିବ ଇସ୍ରୋ।
National
ବଡ଼ ଅଭିଯୋଗ ଆଣିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ, ଅଲ୍ଲୁ କହିଲେ- ମୋ ଚରିତ୍ର ସଂହାର କରାଯାଉଛି
ଶନିବାର ସନ୍ଧ୍ୟାବେଳେ ଅଲ୍ଲୁ ଅର୍ଜୁନ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କ ଚରିତ୍ର ସଂହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ସେ କହଛନ୍ତି, ୪ ତାରିଖରେ ସନ୍ଧ୍ୟା ଥିଏଟରରେ ଯାହା ଘଟିଲା ତାହା ଏକ ଦୁର୍ଭାଗ୍ୟଜନକ ଘଟଣା।
National
କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ
କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ସେଠାକାର ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ମୋଦି। ଏହା ସହିତ ଓଡ଼ିଶା ଆସିଲେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି।