ଯୁବ କଂଗ୍ରେସର ଦୁଇ ନେତାଙ୍କୁ ହାଣି ମାରି ଦେଲେ

ଥିରୁଅନନ୍ତପୁରମ୍‌: କେରଳରେ ରାଜନୈତିକ ହିଂସା ବୃଦ୍ଧି ପାଇଛି। ମିଳିଥିବା ଖବର ଅନୁଯାୟୀ, ଯୁବ କଂଗ୍ରେସର ଦୁଇଜଣ ନେତାଙ୍କୁ ହାଣି ହତ୍ୟା କରାଯାଇଛି। ରବିବାର ଦିନ କେରଳର କସରଗୋଡ଼ ଜିଲ୍ଲାରେ ଘଟିଛି ଏହି ଅଘଟଣ। ମୃତ ଦୁଇ ଯୁବନେତା ହେଲେ କ୍ରିପେଶ ଓ ସରତ ଲାଲ୍‌। ଏ ଦୁଇ ନେତା ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଘରକୁ ଫେରୁଥିବା ବେଳେ କିଛି ଲୋକ କାର୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ତା’ପରେ ସେମାନଙ୍କୁ ଆକ୍ରମଣ କରି ମାରି ଦେଇଥିଲେ। କଂଗ୍ରେସ […]

deadbody

Jitendra Garnayak
  • Published: Monday, 18 February 2019
  • , Updated: 18 February 2019, 10:59 AM IST

ଥିରୁଅନନ୍ତପୁରମ୍‌: କେରଳରେ ରାଜନୈତିକ ହିଂସା ବୃଦ୍ଧି ପାଇଛି। ମିଳିଥିବା ଖବର ଅନୁଯାୟୀ, ଯୁବ କଂଗ୍ରେସର ଦୁଇଜଣ ନେତାଙ୍କୁ ହାଣି ହତ୍ୟା କରାଯାଇଛି। ରବିବାର ଦିନ କେରଳର କସରଗୋଡ଼ ଜିଲ୍ଲାରେ ଘଟିଛି ଏହି ଅଘଟଣ। ମୃତ ଦୁଇ ଯୁବନେତା ହେଲେ କ୍ରିପେଶ ଓ ସରତ ଲାଲ୍‌।

ଏ ଦୁଇ ନେତା ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଘରକୁ ଫେରୁଥିବା ବେଳେ କିଛି ଲୋକ କାର୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ତା’ପରେ ସେମାନଙ୍କୁ ଆକ୍ରମଣ କରି ମାରି ଦେଇଥିଲେ। କଂଗ୍ରେସ ଅଭିଯୋଗ କରିଛି ଯେ ସିପିଆଇ କର୍ମକର୍ତ୍ତାମାନେ ସେମାନଙ୍କୁ ହତ୍ୟା କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଟ୍ୱିଟ୍‌ କରି ମୃତ ଯୁବ ନେତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Related story