ଘୁଞ୍ଚିଲା ୟୁଜିସି ଏନଇଟି ପରୀକ୍ଷା

ନୂଆଦିଲ୍ଲୀ: ସେପ୍ଟେମ୍ୱର ୧୬ରେ ହେବାକୁ ଥିବା ୟୁଜିସି ଏନଇଟି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ୟୁଜିସି ଏନଇଟି ପରୀକ୍ଷାକୁ ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ସେପ୍ଟେମ୍ବର ୨୪, ୨୦୨୦ ପରେ ଏହି ପରୀକ୍ଷା ହେବ ବୋଲି ଏନଇଟି ବିଜ୍ଞପ୍ତିରେ କହିଛି। ତେବେ ପରୀକ୍ଷା ତାରିଖ ସ୍ଥିର ହେଲେ ଆଡମିଟ୍ କାର୍ଡର ବିବରଣୀ ugc.nta.nic.inରେ ଉପଲବ୍ଧ ହେବ। UGC-NET exam postponed, to be conducted from September […]

exam

Subhransu Sekhar
  • Published: Monday, 14 September 2020
  • , Updated: 14 September 2020, 08:43 PM IST

ନୂଆଦିଲ୍ଲୀ: ସେପ୍ଟେମ୍ୱର ୧୬ରେ ହେବାକୁ ଥିବା ୟୁଜିସି ଏନଇଟି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ୟୁଜିସି ଏନଇଟି ପରୀକ୍ଷାକୁ ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ସେପ୍ଟେମ୍ବର ୨୪, ୨୦୨୦ ପରେ ଏହି ପରୀକ୍ଷା ହେବ ବୋଲି ଏନଇଟି ବିଜ୍ଞପ୍ତିରେ କହିଛି। ତେବେ ପରୀକ୍ଷା ତାରିଖ ସ୍ଥିର ହେଲେ ଆଡମିଟ୍ କାର୍ଡର ବିବରଣୀ ugc.nta.nic.inରେ ଉପଲବ୍ଧ ହେବ।

https://twitter.com/PTI_News/status/1305499498186039297

ସେପ୍ଟେମ୍ବର ୧୬, ୧୭, ୨୨ ଏବଂ ୨୩ରେ ଏନଟିଏର ଅନ୍ୟାନ୍ୟ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ଏହି ସବୁ ପରୀକ୍ଷାର ତାରିଖ ବାବଦରେ ମଧ୍ୟ ଏନଟିଏ ପୁଣି୍ ଥରେ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେବ ବୋଲି ଜଣାପଡ଼ିଛି।

ସାରା ଦେଶରେ ଏବେ କରୋନା ମାରାତ୍ମକ ହୋଇଛି। ଏଭଳି ସ୍ଥିତିରେ ପରୀକ୍ଷା ଘୁଞ୍ଚାଇବାକୁ ଦାବି ହୋଇଥିଲା। ପରୀକ୍ଷାର୍ଥୀମାନେ ସୋଶାଲ ମିଡିଆ ଏବଂ ଗଣମାଧ୍ୟମ ଜରିଆରେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଥିଲେ।

Related story