କରୋନାକୁ ହରାଇ ଅଫିସ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: କରୋନା ଯୁଦ୍ଧରେ ବିଜୟୀ ହୋଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ସୋମବାର କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ତିନି ସପ୍ତାହ ପରେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ନିଜ ଘରେ ଏକାନ୍ତବାସରେ ରହିବା ସହିତ ଚିକିତ୍ସାଧୀନ ଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ସେ ହସ୍ସିଟାଲରେ ଭର୍ତ୍ତି ହୋଇଥିଲେ। ସେ ଭେଣ୍ଟିଲେଟରରେ ମଧ୍ୟ ଭର୍ତ୍ତି ହୋଇଥିଲେ। ଏପ୍ରିଲ ୧୨ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଏହାପରେ ଦୁଇ ସପ୍ତାହ […]

boris johnshon

Subhransu Sekhar
  • Published: Monday, 27 April 2020
  • , Updated: 27 April 2020, 08:42 AM IST

ଲଣ୍ଡନ: କରୋନା ଯୁଦ୍ଧରେ ବିଜୟୀ ହୋଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ସୋମବାର କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ତିନି ସପ୍ତାହ ପରେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ନିଜ ଘରେ ଏକାନ୍ତବାସରେ ରହିବା ସହିତ ଚିକିତ୍ସାଧୀନ ଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ସେ ହସ୍ସିଟାଲରେ ଭର୍ତ୍ତି ହୋଇଥିଲେ।

ସେ ଭେଣ୍ଟିଲେଟରରେ ମଧ୍ୟ ଭର୍ତ୍ତି ହୋଇଥିଲେ। ଏପ୍ରିଲ ୧୨ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଏହାପରେ ଦୁଇ ସପ୍ତାହ ପାଇଁ ନିଜ ଘରେ ଏକାନ୍ତବାସରେ ରହିଥିଲେ ବୋରିଶ। ନିକଟରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା। ରେଜଲ୍ଟ ନେଗେଟିଭ୍ ଆସିଥିଲା। ଅଫିସରେ ଯୋଗ ଦେବା ପୂର୍ବରୁ ସେ ତାଙ୍କର ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନେଇଥିଲେ। ବୋରିଶଙ୍କ ଅନୁପସ୍ଥିତିରେ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡମିନିକ ରାବ ଦାୟିତ୍ୱ ତୁଲାଉଥିଲେ।

Related story