ଗୋପାଳ କାଣ୍ଡାଙ୍କ ସମର୍ଥନ ନେଇ ବିଜେପି ଘର ଭିତରେ ମତଭେଦ

ନୂଆଦିଲ୍ଲୀ: ହରିଆଣାରେ ବିଜେପିକୁ ସମର୍ଥନ କରିବେ ହରିଆଣା ଲୋକହିତ ପାର୍ଟିର ବିଧାୟକ ଗୋପାଳ କାଣ୍ଡା। ଯାହାକୁ ସ୍ୱାଗତ କରିଛି ବିଜେପି। ହେଲେ ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଏବଂ ସାଂସଦ ସୁବ୍ରମଣ୍ୟମ ସ୍ୱାମୀ। ଟୁଇଟ କରି ସେ ଗୋପାଳ କାଣ୍ଡାଙ୍କ ସମର୍ଥନ ନନେବାକୁ ଆହ୍ୱାନ କରିଛନ୍ତି ଦଳକୁ। ସେ କହିଛନ୍ତି ଗୋପାଳ କାଣ୍ଡା ଅପରାଧୀ କି ନିର୍ଦ୍ଦୋଷ ତାହା ଆଇନ ବିଚାର କରିବ। ହେଲେ ଆମେ ଆମ ନୈତିକତା ନଭୁଲିବା […]

kanda-uma

Subhransu Sekhar
  • Published: Friday, 25 October 2019
  • , Updated: 25 October 2019, 04:47 PM IST

ନୂଆଦିଲ୍ଲୀ: ହରିଆଣାରେ ବିଜେପିକୁ ସମର୍ଥନ କରିବେ ହରିଆଣା ଲୋକହିତ ପାର୍ଟିର ବିଧାୟକ ଗୋପାଳ କାଣ୍ଡା। ଯାହାକୁ ସ୍ୱାଗତ କରିଛି ବିଜେପି। ହେଲେ ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଏବଂ ସାଂସଦ ସୁବ୍ରମଣ୍ୟମ ସ୍ୱାମୀ। ଟୁଇଟ କରି ସେ ଗୋପାଳ କାଣ୍ଡାଙ୍କ ସମର୍ଥନ ନନେବାକୁ ଆହ୍ୱାନ କରିଛନ୍ତି ଦଳକୁ।

ସେ କହିଛନ୍ତି ଗୋପାଳ କାଣ୍ଡା ଅପରାଧୀ କି ନିର୍ଦ୍ଦୋଷ ତାହା ଆଇନ ବିଚାର କରିବ। ହେଲେ ଆମେ ଆମ ନୈତିକତା ନଭୁଲିବା ଉଚିତ ବୋଲି ସେ କହିଛନ୍ତି। ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ କାଣ୍ଡାଙ୍କ ସମର୍ଥନଙ୍କୁ ବିରୋଧ କରିଛନ୍ତି। ଆମେ ଆମର ନୈତିକତା ଆଧାରରେ ଯିବା ଉଚିତ ବୋଲି ସୁବ୍ରମଣ୍ୟମ କହିଛନ୍ତି।

https://twitter.com/umasribharti/status/1187638801100705792

ସୂଚନାଯୋଗ୍ୟ, ଗୋପାଳ କାଣ୍ଡଙ୍କର ଏକ ଏୟାରଲାଇନ୍ସ କମ୍ପାନୀ ରହିଛି। ୨୦୧୨ରେ ଗୀତିକା ଶର୍ମା ନାମକ ଜଣେ ଏୟାର ଲାଇନ୍ସ କର୍ମଚାରୀ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଗୀତିକା ଏକ ଚିଠି ଲେଖିଥିଲେ ଯେଉଁଥିରେ ଗୋପାଳ କାଣ୍ଡଙ୍କ ନାମ ଉଲ୍ଲେଖ ରହିଥିଲା। ଏହାପରେ ଗୋପାଳଙ୍କ ବିରୋଧରେ ଯୌନ ନିର୍ଯାତନା, ଦୁଷ୍କର୍ମ, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଛନ୍ତି ବୋଲି ମାମଲା ଦାୟର ହୋଇଥିଲା। ଏମିତିକି ସେ ଅନେକ ଦିନ ଲୁଚିବା ପରେ ଥାନାରେ ଆତ୍ମସମର୍ପଣ କରିଥିଲେ। ଏବେ ବି ତାଙ୍କ ବିରୋଧରେ ମାମଲା ଚାଲିଛି। ସେତେବେଳେ ଗୋପାଳ କାଣ୍ଡାଙ୍କୁ ଗିରଫ କରିବା ପାଇଁ ବିଜେପି ରାଜ ରାସ୍ତାକୁ ଓହ୍ଲାଇ ଆସିଥିଲା। ତେଣୁ ଜଣେ ମହିଳାଙ୍କୁ ନିର୍ଯାତନା ଦେଇଥିବା ଅଭିଯୁକ୍ତର ସମର୍ଥନ ବିଜେପି ଗ୍ରହଣ ନକରୁ ବୋଲି ଉମା ଭାରତୀ କହିଛନ୍ତି।

ହରିଆଣାରେ ବିଜେପି ୯୦ ଆସନରୁ ୪୦ଟିରେ ଜିତିଛି। ସରକାର ଗଢ଼ିବା ପାଇଁ ୪୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ହରିଆଣା ଲୋକହିତ ପାର୍ଟିର ଏକମାତ୍ର ବିଜୟୀ ପ୍ରାର୍ଥୀ ଗୋପାଳ କାଣ୍ଡା ଓ ତାଙ୍କର ଅନୁଗତ ୫ ସ୍ୱାଧୀନ ବିଜୟୀ ପ୍ରାର୍ଥୀ ବିଜେପିକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି। ଏହାପରେ ବିଜେପି ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟାରେ ପହଞ୍ଚିଛି। ଯାହାକି ବିଜେପିକୁ ଆଶ୍ୱସ୍ତି ଆଣିଦେଇଛି। ଏବେ ସେ ହରିଆଣାରେ ମନହୋର ୨.୦ ସରକାରରେ ଗୋପାଳ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଚାଲିଛି। କାରଣ ହୁଡ୍ଡା ସରକାର ବେଳେ ଗୋପାଳ ସ୍ୱାଧୀନ ବିଧାୟକ ଭାବେ ସମର୍ଥନ ଦେଇ ଗୃହମନ୍ତ୍ରୀ ହୋଇଥିଲେ।

Related story