୨୬/୧୧ ଆକ୍ରମଣ ପରେ ଓମାର ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ୨୬/୧୧ ନର ସଂହାର ପରେ ଜମ୍ମୁ-କାଶ୍ମୀରର ତତକାଳୀନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା। ତେବେ ଠିକଣା ସମୟରେ ଭାରତୀୟ ସୁରକ୍ଷା ଏଜେନ୍ସି ଏହାକୁ ପଣ୍ଡ କରିଦେଇଥିଲେ। ଆତଙ୍କବାଦୀ ମୁଜମ୍ମିଲ ଭଟ୍ଟ ଓରଫ ଅବୁ ହୁରେରା ଏହି ଯୋଜନା କରିବା ସହ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିସାରିଥିଲା। ମୁଜମ୍ମିଲ ଜଣେ ଅଧ୍ୟାପକଙ୍କ ସହାୟତାରେ ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଯୋଜନା କାର୍ଯ୍ୟକାରୀ ହେବାର ଦୁଇଦିନ ପୂର୍ବରୁ ସୁରକ୍ଷା ଏଜେନ୍ସିଙ୍କୁ ଏ ସମ୍ପର୍କରେ […]

Omar-abdullah-twitter

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 08:06 AM IST

ନୂଆଦିଲ୍ଲୀ: ୨୬/୧୧ ନର ସଂହାର ପରେ ଜମ୍ମୁ-କାଶ୍ମୀରର ତତକାଳୀନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା। ତେବେ ଠିକଣା ସମୟରେ ଭାରତୀୟ ସୁରକ୍ଷା ଏଜେନ୍ସି ଏହାକୁ ପଣ୍ଡ କରିଦେଇଥିଲେ। ଆତଙ୍କବାଦୀ ମୁଜମ୍ମିଲ ଭଟ୍ଟ ଓରଫ ଅବୁ ହୁରେରା ଏହି ଯୋଜନା କରିବା ସହ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିସାରିଥିଲା।

ମୁଜମ୍ମିଲ ଜଣେ ଅଧ୍ୟାପକଙ୍କ ସହାୟତାରେ ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା।

ଯୋଜନା କାର୍ଯ୍ୟକାରୀ ହେବାର ଦୁଇଦିନ ପୂର୍ବରୁ ସୁରକ୍ଷା ଏଜେନ୍ସିଙ୍କୁ ଏ ସମ୍ପର୍କରେ ସୂଚନା ମିଳିଯାଇଥିଲା। ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଫୋନରେ କୋଡ୍ ୱାର୍ଡରେ କଥାବାର୍ତ୍ତା କରାଯାଇଥିଲା। ଏହାକୁ ସୁରକ୍ଷା ଏଜେନ୍ସର ଅଧିକାରୀମାନେ ଡିକୋଡ୍ କରିବା ପରେ ଘଟଣା ପଦାକୁ ଆସିଥିଲା। ଫୋନ କଥାବାର୍ତ୍ତାରୁ ୨୦୧୦ ଏପ୍ରିଲ ୧୭ ତାରିଖରେ ଉମରଙ୍କୁ ହତ୍ୟା କରାଯିବାକୁ ଯୋଜନା କରାଯାଇଥିଲା।

Related story