ନିର୍ମାଣାଧୀନ କୋଠା ଭୁଶୁଡ଼ିଲା, ୮ ମୃତ

ଜୟପୁର: ରାଜସ୍ଥାନ ଯୋଦ୍ଧପୁରରେ ଗତରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯୋଦ୍ଧପୁର ବସ୍ନି ଶିଳ୍ପାଞ୍ଚଳରେ ଏକ ନିର୍ମାଣାଧିନ ବିଲ୍ଡିଂର କାନ୍ଥ ଭୁଶୁଡ଼ି ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ  ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିଭଳି ସ୍ଥିତିରେ କାନ୍ଥ ଭୁଶୁଡ଼ିଲା ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ  ଆରମ୍ଭ କରିଛି। ଘଟଣାସ୍ଥଳରେ ଆହୁରି ୧୦ରୁ ଊର୍ଦ୍ଧ୍ୱ ଲୋକ ଚାପି ହୋଇ ରହିଯାଇଥିବା ଅନୁମାନ କରାଯାଉଛି। ରାଜସ୍ଥାନ […]

building

building

Niharika Rout
  • Published: Wednesday, 11 November 2020
  • Updated: 11 November 2020, 01:21 PM IST

Sports

Latest News

ଜୟପୁର: ରାଜସ୍ଥାନ ଯୋଦ୍ଧପୁରରେ ଗତରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯୋଦ୍ଧପୁର ବସ୍ନି ଶିଳ୍ପାଞ୍ଚଳରେ ଏକ ନିର୍ମାଣାଧିନ ବିଲ୍ଡିଂର କାନ୍ଥ ଭୁଶୁଡ଼ି ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ  ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ କିଭଳି ସ୍ଥିତିରେ କାନ୍ଥ ଭୁଶୁଡ଼ିଲା ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ  ଆରମ୍ଭ କରିଛି। ଘଟଣାସ୍ଥଳରେ ଆହୁରି ୧୦ରୁ ଊର୍ଦ୍ଧ୍ୱ ଲୋକ ଚାପି ହୋଇ ରହିଯାଇଥିବା ଅନୁମାନ କରାଯାଉଛି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ପରିବାରକୁ ୪୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛି ପ୍ରଶାସନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos