ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଥିବା ୫ମ ସଦସ୍ୟ ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର ଆୟୁଷ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନାଏକ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ମୋର କୌଣସି ଲକ୍ଷଣ ନଥିଲା। ତଥାପି ମୁଁ କରୋନା ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ ଆସିଛି। ମୁଁ ସଂପୂର୍ଣ୍ଣ ସୁସ୍ଥ ରହିଛି ଓ ଏବେ ହୋମ ଆଇସୋଲେସନରେ ଚିକିତ୍ସିତ ହେବି। […]

dd

Hemant Lenka
  • Published: Wednesday, 12 August 2020
  • , Updated: 12 August 2020, 07:45 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଥିବା ୫ମ ସଦସ୍ୟ ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର ଆୟୁଷ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନାଏକ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, ମୋର କୌଣସି ଲକ୍ଷଣ ନଥିଲା। ତଥାପି ମୁଁ କରୋନା ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ ଆସିଛି। ମୁଁ ସଂପୂର୍ଣ୍ଣ ସୁସ୍ଥ ରହିଛି ଓ ଏବେ ହୋମ ଆଇସୋଲେସନରେ ଚିକିତ୍ସିତ ହେବି। ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜ ତରଫରୁ କରୋନା ଟେଷ୍ଟ କରନ୍ତୁ ଓ ଆବଶ୍ୟକ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରନ୍ତୁ।

ଏହା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ ଓ କୈଳାସ ଚୌଧୁରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।

Related story