କୋଭିଡ୍ ଟେଷ୍ଟ ନିୟମ ପରିବର୍ତ୍ତନ କଲେ ସରକାର

ନୂଆଦିଲ୍ଲୀ: କୋଭିଡ୍ ଟେଷ୍ଟ ନିୟମରେ ସରକାର ପରିବର୍ତ୍ତନ କରିଛନ୍ତି। ଏଣିକି ଆପଣଙ୍କ ପାଖରେ ଡାକ୍ତରଙ୍କ ପ୍ରେସକ୍ରିପସନ ନଥିଲେ ମଧ୍ୟ ପରୀକ୍ଷାଗାରକୁ ଯାଇ କୋଭିଡ୍ ଟେଷ୍ଟ କରିପାରିବେ। ପୂର୍ବରୁ ଡାକ୍ତରଙ୍କ ପ୍ରେସକ୍ରିପସନ ଅନିର୍ବାର୍ଯ୍ୟ ରହୁଥିଲା। ଯାହାକୁ ସରକାର ଏବେ ବଦଳାଇ ଦେଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏବେ କରୋନା ନେଇ ସନ୍ଦେହ ପ୍ରକାଶ ହେଲେ ଜଣେ କୋଭିଡ୍ ଟେଷ୍ଟ ସେଣ୍ଟର ଯାଇ ପରୀକ୍ଷା କରାଇପାରିବେ। ସେହିଭଳି କେହି ଯଦି ଦୂର ଯାତ୍ରା କରିବାକୁ […]

corona-3

Subhransu Sekhar
  • Published: Saturday, 05 September 2020
  • , Updated: 05 September 2020, 02:51 PM IST

ନୂଆଦିଲ୍ଲୀ: କୋଭିଡ୍ ଟେଷ୍ଟ ନିୟମରେ ସରକାର ପରିବର୍ତ୍ତନ କରିଛନ୍ତି। ଏଣିକି ଆପଣଙ୍କ ପାଖରେ ଡାକ୍ତରଙ୍କ ପ୍ରେସକ୍ରିପସନ ନଥିଲେ ମଧ୍ୟ ପରୀକ୍ଷାଗାରକୁ ଯାଇ କୋଭିଡ୍ ଟେଷ୍ଟ କରିପାରିବେ। ପୂର୍ବରୁ ଡାକ୍ତରଙ୍କ ପ୍ରେସକ୍ରିପସନ ଅନିର୍ବାର୍ଯ୍ୟ ରହୁଥିଲା। ଯାହାକୁ ସରକାର ଏବେ ବଦଳାଇ ଦେଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଏବେ କରୋନା ନେଇ ସନ୍ଦେହ ପ୍ରକାଶ ହେଲେ ଜଣେ କୋଭିଡ୍ ଟେଷ୍ଟ ସେଣ୍ଟର ଯାଇ ପରୀକ୍ଷା କରାଇପାରିବେ। ସେହିଭଳି କେହି ଯଦି ଦୂର ଯାତ୍ରା କରିବାକୁ ଯାଉଛନ୍ତି ତା ପୂର୍ବରୁ ସେ କୋଭିଡ୍ ଟେଷ୍ଟ କରାଇନେବା ଉଚିତ ବୋଲି ସରକାରଙ୍କ ତରଫରୁ କୁହାଯାଇଛି।

https://twitter.com/ANI/status/1302141568866856960

ଧ୍ୟାନ ରଖନ୍ତୁ କୋଭିଡ୍ ଟେଷ୍ଟ ନାମରେ ଅନେକ ଜାଲ୍ ଟେଷ୍ଟ ହେଉଥିବା ସାମ୍ନାକୁ ଆସିଛି। ଶୁକ୍ରବାର ଏହି ମାମଲାରେ ଦିଲ୍ଲୀର ଜଣେ ଡାକ୍ତର ଏବଂ ତାଙ୍କ ସହଯୋଗୀ ଗିରଫ ହୋଇଛନ୍ତି।

Related story