ଧାରା ୩୭୦ ଉଚ୍ଛେଦ କଶ୍ମୀରରୁ ଆତଙ୍କବାଦ ହଟାଇବ: ଶାହ

ଚେନ୍ନାଇ: ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ଆତଙ୍କବାଦର ବିଲୋପ ଘଟାଇବ ବୋଲି କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଶାହ। ସେ କହିଛନ୍ତି ଏହା ସ୍ଥାନୀୟ ଲୋକଙ୍କ ଜୀବନଜୀବିକାରେ ମଧ୍ୟ ସୁଧାର ଆଣିବ। ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁଙ୍କର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଥିଲେ, ଏହି ପଦକ୍ଷେପ ପରେ ବର୍ତ୍ତମାନ ଜମ୍ମୁ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ସମ୍ଭବପର ହୋଇପାରିବ। ରାଜ୍ୟସଭାରେ ଏହି ଧାରା ଉଚ୍ଛେଦ […]

shah

Subrat Kumar Nayak
  • Published: Sunday, 11 August 2019
  • , Updated: 11 August 2019, 04:39 PM IST

ଚେନ୍ନାଇ: ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ଆତଙ୍କବାଦର ବିଲୋପ ଘଟାଇବ ବୋଲି କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଶାହ। ସେ କହିଛନ୍ତି ଏହା ସ୍ଥାନୀୟ ଲୋକଙ୍କ ଜୀବନଜୀବିକାରେ ମଧ୍ୟ ସୁଧାର ଆଣିବ। ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁଙ୍କର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଥିଲେ, ଏହି ପଦକ୍ଷେପ ପରେ ବର୍ତ୍ତମାନ ଜମ୍ମୁ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ସମ୍ଭବପର ହୋଇପାରିବ।

ରାଜ୍ୟସଭାରେ ଏହି ଧାରା ଉଚ୍ଛେଦ ପାଇଁ ବିଲ୍ ଉପସ୍ଥାପନ କରିଥିବା ଶ୍ରୀ ଶାହ କହିଥିଲେ, "ଆମର ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନାହିଁ। ତେଣୁ ରାଜ୍ୟସଭାରେ ଏହା ପାରିତ ହୋଇପାରିବ କି ନା ସନ୍ଦେହରେ ଥିଲି। କିନ୍ତୁ ପ୍ରାୟ ସମସ୍ତ ଦଳ ଏହି ବିଲ୍‌କୁ ସମର୍ଥନ ଦେଇଥିଲେ।"

ଶାହ କହିଥିଲେ, "ମୁଁ ଯେତେବେଳେ ବିଧାୟକ ଥିଲି ସେତେବେଳେ ମଧ୍ୟ ଚାହୁଁଥିଲି ଏହି ବିଲ୍‌ ପାରିତ ହେଉ। ଶେଷରେ ମୁଁ ଏହାକୁ ଆଗତ କରିବାର ସୁଯୋଗ ପାଇଲି।" ଛାତ୍ରନେତା ଥିବା ସମୟରୁ ୩୭୦ ଧାରାକୁ ବିରୋଧ କରୁଥିବା ଭେଙ୍କୟା ନାଇଡ଼ୁ ଏହି ବିଲ୍‌ ପାରିତ ହେବା ବେଳକୁ ଗୃହର ଅଧ୍ୟକ୍ଷ ଥିଲେ। ଉପରାଷ୍ଟ୍ରପତି ନାଇଡ଼ୁ ମଧ୍ୟ ଶାହଙ୍କ ଏହି ମନ୍ତବ୍ୟକୁ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସୁପରଷ୍ଟାର ରଜନୀକାନ୍ତ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ କୃଷ୍ଣ-ଅର୍ଜୁନଙ୍କ ଯୋଡ଼ି। କିଏ କୃଷ୍ଣ କିଏ ଅର୍ଜୁନ ସେ ଜାଣିନଥିବା କହି ଏହି ବିଲ୍‌ ପାରିତ କରାଇଥିବା ଶାହଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ।

Related story