ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ରବି ଶଙ୍କର ପ୍ରସାଦ ଦେଶର ମାନ୍ଦାବସ୍ଥାକୁ ନେଇ ଗତକାଲି ଯେଉଁ ମନ୍ତବ୍ୟ ଦେଇଥିଲେ ତାକୁ ସେ ଆଜି ପ୍ରତ୍ୟାହାର କରି ନେଇଛନ୍ତି। ଏକ ପ୍ରେସ ରିଲିଜ ଜରିଆରେ ନିଜର ମନ୍ତବ୍ୟ ପାଇଁ ଅନୁତପ୍ତ ବୋଲି କହିଛନ୍ତି।
ଦେଶରେ ମାନ୍ଦାବସ୍ଥା ନାହିଁ ବୋଲି ଗତକାଲି ମୁମ୍ୱାଇରେ ରବି ଶଙ୍କର ପ୍ରସାଦ କହିଥିଲେ। ଉଦାହରଣ ଦେବାକୁ ଯାଇ ଦୁର୍ଗାପୂଜା ବେଳେ ରିଲିଜ ହୋଇଥିବା ୩ ଫିଲ୍ମର ବକ୍ସ ଅଫିସ୍ ରିପୋର୍ଟ ୧୨୦ କୋଟି ଟଙ୍କା ହୋଇଥିବା ଦର୍ଶାଇ କହିଥିଲେ ଦେଶର ମାନ୍ଦାବସ୍ଥା ନାହିଁ। ଅର୍ଥବ୍ୟବସ୍ଥା ଖରାପ ଥିଲେ ଏତେ ଟଙ୍କା ରୋଜଗାର ହୋଇନଥାନ୍ତା ବୋଲି ସେ କହିଥିଲେ। ଯାହାକୁ ନେଇ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ବିରୋଧୀ ସମେତ ଅନେକ ଅର୍ଥ ବିଶାରଦ ସମାଲୋଚନା କରିଥିଲେ।
https://twitter.com/ANI/status/1183290316318576640?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1183290316318576640&ref_url=https%3A%2F%2Fhindi.news18.com%2Fnews%2Fbusiness%2Funion-minister-ravi-shankar-prasad-withdraw-his-comment-on-indian-economy-2511004.html
ରବି ଶଙ୍କର ପ୍ରସାଦ କହିଛନ୍ତି ସୋଶାଲ ମିଡିଆରେ ସେ ଗତକାଲି ରଖିଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ରହିଛି। ମୋର ମନ୍ତବ୍ୟର ଏକ ଛୋଟିଆ ଅଂଶକୁ ଯୋଡ଼ି ବିବାଦ କରାଯାଇଛି। ମୁଁ ଜଣେ ସମ୍ୱେଦନଶୀଳ ମଣିଷ। ତେଣୁ ମୋର ମନ୍ତବ୍ୟ ପ୍ରତ୍ୟାହର କରୁଛି ବୋଲି ରବିଶଙ୍କର ପ୍ରସାଦ ପ୍ରେସ ରିଲିଜ ଜରିଆରେ କହିଛନ୍ତି।