ଆମ୍ବୁଲାନ୍ସରେ ଅସୁସ୍ଥ ମହିଳାଙ୍କୁ ହସ୍ପିଟାଲ ନେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି
ଆମେଠି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ତାଙ୍କ ପାରମ୍ପରିକ ଆସନ ଆମେଠିରେ ହରାଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଜଣେ ଅସୁସ୍ଥ ମହିଳାଙ୍କ ପାଇଁ ନେଇଥିବା ପଦକ୍ଷେପ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ସେ ତାଙ୍କ କନ୍ଭୟରେ ଥିବା ଆମ୍ବୁଲାନ୍ସରେ ହିଁ ଏହି ମହିଳାଙ୍କୁ ହସ୍ପିଟାଲ ପଠାଇଛନ୍ତି। #WATCH Uttar Pradesh: Smriti Irani, BJP MP from Amethi takes a woman to hospital in her convoy ambulance. pic.twitter.com/ohWl12minG — ANI UP/Uttarakhand […]
ଆମେଠି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ତାଙ୍କ ପାରମ୍ପରିକ ଆସନ ଆମେଠିରେ ହରାଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଜଣେ ଅସୁସ୍ଥ ମହିଳାଙ୍କ ପାଇଁ ନେଇଥିବା ପଦକ୍ଷେପ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ସେ ତାଙ୍କ କନ୍ଭୟରେ ଥିବା ଆମ୍ବୁଲାନ୍ସରେ ହିଁ ଏହି ମହିଳାଙ୍କୁ ହସ୍ପିଟାଲ ପଠାଇଛନ୍ତି।
https://twitter.com/ANINewsUP/status/1142367587038138371
ଆଜି ସ୍ମୃତି ଆମେଠିର ଏକ ଗାଁକୁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହିତ ଯାଇଥିଲେ। ଏହି ଗାଁ ହେଉଛି ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କର ପୋଷ୍ୟ ଗ୍ରାମ। ଏନ୍ଡିଏ ସରକାରଙ୍କ ପୋଷ୍ୟ ଗ୍ରାମ କାର୍ଯ୍ୟକ୍ରମରେ ସେ ଏହି ଗାଁକୁ ପୋଷ୍ୟ ଗ୍ରାମ ଭାବେ ଆପଣାଇଥିଲେ। ଗତ ମାସରେ ଶୋଇଥିବା ଅବସ୍ଥାରେ ଗୁଳିମାଡ଼ରେ ମୃତ୍ୟୁବରଣ କରିଥିବା ବରୌଲିର ଗାଁ ମୁଖିଆ ସୁରେନ୍ଦ୍ର ସିଂହଙ୍କ ପରିବାର ଲୋକଙ୍କୁ ମଧ୍ୟ ଏହି ଅବସରରରେ ସ୍ମୃତି ଭେଟିବାର କାର୍ଯ୍ୟକ୍ରମ ରହିଛି। ପ୍ରମୋଦ ଜଣେ ବିଜେପି କର୍ମୀ ହିସାବରେ ଏହି ଗାଁକୁ ଆଗରୁ ଆସିଥିଲେ ଏବଂ ସୁରେନ୍ଦ୍ରଙ୍କ ସହ ୨୦-୨୨ ଦିନ ପାଇଁ କାମ କରିଥିବା ଏହି ଅବସରରେ କହିଛନ୍ତି।
ତେବେ ସେ ମହିଳାଙ୍କୁ ହସ୍ପିଟାଲ ପଠାଉଥିବାର ଏକ ଦୃଶ୍ୟ ଏବେ ସମସ୍ତଙ୍କୁ ପସନ୍ଦ ହୋଇଛି। ସେ ତାଙ୍କ କନଭୟରେ ସାମିଲ ଥିବା ଆମ୍ବୁଲାନ୍ସରେ ଜଣେ ଅସୁସ୍ଥ ମହିଳାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲକୁ ପଠାଇଥିଲେ। ପୂର୍ବରୁ ନିହତ ସୁରେନ୍ଦ୍ରଙ୍କ ଶବ କାନ୍ଧେଇବା ସହ ତାଙ୍କ ପରିବାର ଲୋକଙ୍କୁ ଭାବପୂର୍ଣ୍ଣ ସମବେଦନା ଜଣାଇ ସ୍ମୃତି ଚର୍ଚ୍ଚାକୁ ଆସିଥିଲେ।