‘ଦେଶର ୫୦% ପେଟ୍ରୋଲ୍‌ ପମ୍ପ ସୌରଚାଳିତ କରିବାକୁ ଲକ୍ଷ୍ୟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକର ମାଲିକାନାରେ ଥିବା ଦେଶର ପ୍ରାୟ ୫୦ ପ୍ରତିଶତ ପେଟ୍ରୋଲ୍‌ ପମ୍ପକୁ ସୌରଚାଳିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆନ୍ତର୍ଜାତିକ ସୌର ଆଲିଆନ୍ସ (ଆଇଏସଏ) ପକ୍ଷରୁ ଆୟୋଜିତ ବିଶ୍ୱ ସୌର ବୈଷୟିକ ସମ୍ମିଳନୀ(ଡବ୍ଲୁଏସଟିଏସ)ରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି-“ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ୫ଟି ରାଷ୍ଟ୍ରାୟତ ଉଦ୍ୟୋଗ ଯଥା- ଓଏନଜିସି, ଆଇଓସିଏଲ, ବିପିସିଏଲ, ଏଚପିସିଏଲ […]

petrol-pump

Manoranjan Sial
  • Published: Wednesday, 09 September 2020
  • , Updated: 09 September 2020, 04:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକର ମାଲିକାନାରେ ଥିବା ଦେଶର ପ୍ରାୟ ୫୦ ପ୍ରତିଶତ ପେଟ୍ରୋଲ୍‌ ପମ୍ପକୁ ସୌରଚାଳିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆନ୍ତର୍ଜାତିକ ସୌର ଆଲିଆନ୍ସ (ଆଇଏସଏ) ପକ୍ଷରୁ ଆୟୋଜିତ ବିଶ୍ୱ ସୌର ବୈଷୟିକ ସମ୍ମିଳନୀ(ଡବ୍ଲୁଏସଟିଏସ)ରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି-“ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ୫ଟି ରାଷ୍ଟ୍ରାୟତ ଉଦ୍ୟୋଗ ଯଥା- ଓଏନଜିସି, ଆଇଓସିଏଲ, ବିପିସିଏଲ, ଏଚପିସିଏଲ ଓ ଗେଲ୍‌ କର୍ପୋରେଟ‌୍‍ ଭାଗିଦାରୀ ଭାବରେ ଆଇଏସଏର ସମନ୍ୱୟ ଜଳବାୟୁ କାର୍ଯ୍ୟକ୍ରମ(ଆଇଏସଏ-ସିଆଇଏସଏ)ରେ ସାମିଲ ହେବେ। ଭାରତ ଓ ଅନ୍ୟ ଦେଶରେ ସୌର ଆଧାରିତ ପ୍ରକଳ୍ପର କାର୍ଯ୍ୟକାରିତାର ନୂଆ ସୁଯୋଗ ଅନ୍ୱେଷଣ କରିବା ଦିଗରେ ଭାରତର ତୈଳ ଓ ଗ୍ୟାସ୍‌ କମ୍ପାନୀମାନେ ଆଇଏଏସ୍‌ ସହ ମିଳିତ ଭାବରେ କାର୍ଯ୍ୟ କରିବେ। ଦେଶର ତୈଳ ଓ ଗ୍ୟାସ୍‌ କମ୍ପାନୀମାନେ ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ ସୌର ପ୍ୟାନେଲ ସ୍ଥାପନା କରିବା ପାଇଁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ୨୭୦ ମେଗାୱାଟ୍‌ (ଏମଡବ୍ଲ୍ୟୁ) କ୍ଷମତା ବିଶିଷ୍ଟ ସୌର ଶକ୍ତି ସ୍ଥାପନା କରାଯାଇଛି। ଆଗାମୀ ବର୍ଷରେ ସୌର କ୍ଷମତା ଅତିରିକ୍ତ ୬୦ ଗାୱାଟ୍‌‍(ଏମ୍‌ଡବ୍ଲ୍ୟୁ) କରାଯିବ। ସର୍ବବୃହତ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲର ୫ ହଜାରରୁ ଅଧିକ ପେଟ୍ରୋଲ୍‌ ଷ୍ଟେସନକୁ ଗତବର୍ଷ ସୌରଚାଳିତ କରାଯାଇଥିଲା।”

ସେ ଆହୁରି କହିଛନ୍ତି-“ଭାରତୀୟ ତୈଳ ଏବଂ ଗ୍ୟାସ କମ୍ପାନୀ ଗୁଡିକ ସ୍ୱଚ୍ଛା ଉର୍ଜା ପରବର୍ତ୍ତନ କରିବା ଦିଗରେ ଏକ ସକ୍ରିୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଦେଶରେ ଅଙ୍ଗାରକାମ୍ଳ ବୃଦ୍ଧିକୁ ହ୍ରାସ୍‌ କରିବା ପାଇଁ ଅକ୍ଷୟ ଉର୍ଜା, ଜୈବ ଇନ୍ଧନ, ହାଇଡ୍ରୋଜେନ ଭଳି ସବୁଜ ଉର୍ଜା ବ୍ୟବହାର ଦିଗରେ ଧ୍ୟାନ ଦିଆଯାଉଛି। ଅନୁରୂପ ଭାବରେ ସୌର ଉର୍ଜା ପରିବର୍ତ୍ତନରେ ତୈଳ ଓ ଗ୍ୟାସ କମ୍ପାନୀମାନେ ସକ୍ରିୟ ଭୂମିକା ଗ୍ରହଣ କରିବା ଦିଗରେ ଭାରତ ସରକାର ଧ୍ୟାନ ଦେଉଛନ୍ତି। ୨୦୧୫ ମସିହା ୩୦ ନଭେମ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତତ୍କାଳୀନ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ୟାରିସରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଶୁଭାରମ୍ଭ ହେବା ଦିନଠାରୁ ଆଇଏସଏ ଏପର୍ଯ୍ୟନ୍ତ ଦ୍ରୁତ ଗତିରେ କାମ କରୁଅଛି।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ସାରା ଦେଶରେ ସୌର ଉର୍ଜା ଚାଳିତ ଟେକ୍ନୋଲୋଜି କେବଳ ଉପଲବ୍ଧ କଲେ ହେବ ନାହିଁ। ବରଂ ସାଧାରଣ ଲୋକଙ୍କ ପାଇଁ ସୁଲଭ ବା ସହଜ ହେଲା ପରି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏହି ସମ୍ମିଳନୀ ଏଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆଇଏସଏର ଦୂରଦୃଷ୍ଟିସମ୍ପନ୍ନ ଅନୁସାରେ ଗରିବଙ୍କ ପାଇଁ ସୁଲଭ ସୌର ଶକ୍ତିର ଉପଲବ୍ଧ କରିବାର ଆବଶ୍ୟକତା ରହିଛି।”

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଭାରତର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ତଥା ଆନ୍ତର୍ଜାତିକ ସୌର ଆଲିଆନ୍ସର ସଭାପତି ଆର.କେ ସିଂହ, ଉପସଭାପତି ଓ ଫ୍ରାନ୍ସର ପରିବେଶ ମନ୍ତ୍ରୀ ବରବରା ପମ୍ପିଲି, ନୋବେଲ‌୍‍ ପୁରସ୍କାର ପ୍ରାପ୍ତ ଡା. ଏମ‌୍‍ ଷ୍ଟାନଲି ହ୍ୱିଟିଂହାମ, ୟୁରୋପର ଉର୍ଜା କମିଶନର କାଦରୀ ସିମୋନ, ଆଇଏସଏ ସାଧାରଣ ନିର୍ଦ୍ଦେଶକ ଉପେନ୍ଦ୍ର ତ୍ରିପାଠୀ, ବିଭିନ୍ନ ଦେଶରୁ ଆଇଏସର ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀଗଣ ଓ ସୌର କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ, ଗବେଷକ, ଇନୋଭେଟର, ପଲିସି ମେକର, ଟେକ୍ନୋଲୋଜି ଡେଭଲପରମାନେ ପ୍ରମୁଖ ଯୋଗଦେଇଥିଲେ।

Related story