ଧୋନିଙ୍କ ସମର୍ଥନରେ ବାହାରିଲେ କ୍ରୀଡ଼ାମନ୍ତ୍ରୀ ଓ ରାଇନା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ୱିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କ କିପିଙ୍ଗ ଗ୍ଲୋଭସରେ ‘ବଳିଦାନ’ ବ୍ୟାଜକୁ ନେଇ ଆଇସିସି ଆପତ୍ତି ଉଠାଇବା ପରେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ। ଧୋନି କିଛି ଭୁଲ କରି ନାହାନ୍ତି, ଏହି ପ୍ରସଙ୍ଗରେ ବିସିସିଆଇ ଧୋନିଙ୍କୁ ସମର୍ଥନ କରିବା ଉଚିତ ବୋଲି ସେ କହିଛନ୍ତି। ସେହିପରି କ୍ରିକେଟ ତାରକା ସୁରେଶ ରାଇନା ମଧ୍ୟ ଧୋନିଙ୍କୁ ଦୃଢ଼ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି,ଯଦି ମ୍ୟାଚ ସମୟରେ ପଡ଼ିଆ ଭିତରେ […]

kiran rijju support dhoni

Subhransu Sekhar
  • Published: Friday, 07 June 2019
  • , Updated: 07 June 2019, 04:53 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ୱିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କ କିପିଙ୍ଗ ଗ୍ଲୋଭସରେ ‘ବଳିଦାନ’ ବ୍ୟାଜକୁ ନେଇ ଆଇସିସି ଆପତ୍ତି ଉଠାଇବା ପରେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ। ଧୋନି କିଛି ଭୁଲ କରି ନାହାନ୍ତି, ଏହି ପ୍ରସଙ୍ଗରେ ବିସିସିଆଇ ଧୋନିଙ୍କୁ ସମର୍ଥନ କରିବା ଉଚିତ ବୋଲି ସେ କହିଛନ୍ତି। ସେହିପରି କ୍ରିକେଟ ତାରକା ସୁରେଶ ରାଇନା ମଧ୍ୟ ଧୋନିଙ୍କୁ ଦୃଢ଼ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି,ଯଦି ମ୍ୟାଚ ସମୟରେ ପଡ଼ିଆ ଭିତରେ ନମାଜ ପାଠ ପାଇଁ ଅନୁମତି ମିଳୁଛି, ତା'ହେଲେ ଏଭଳି ଏକ ନିର୍ବିବାଦୀୟ ଛୋଟ ବ୍ୟାଜ ପିନ୍ଧିବା କାହିଁକି ଦୋଷାବହ ହେବ?

ଶ୍ରୀ ରିଜିଜୁ ଆଗାମୀ ଦିନରେ ଆଇସିସି ସହ ବିସିସିଆଇ ବୈଠକ କରି ଏହି ବିବାଦର ସମାଧାନ କରିବ ବୋଲି ଆଶା ପ୍ରକଟ କରିଛନ୍ତି। ଧୋନିଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଆର୍ମିର କୌଣସି ପ୍ରତୀକ ତାଙ୍କ ଗ୍ଲୋଭସରେ ଲଗାଇବା ପଛରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ  ବୋଲି ସେ କହିଛନ୍ତି। ସରକାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହାନ୍ତି କାରଣ ବିସିସିଆଇ ସ୍ୱୟଂଚାଳିତ ସଂସ୍ଥା। ତେଣୁ ଏ ବାବଦରେ ବିସିସିଆଇ ନିଜସ୍ୱ ନିଷ୍ପତ୍ତି ନେବ। କିନ୍ତୁ ଯଦି ବିସିସିଆଇ ସହଯୋଗ ବା ସହାୟତା ମାଗେ, ତେବେ ସରକାର ତାହା ଯୋଗାଇ ଦେବେ ବୋଲି ସେ କହିଛନ୍ତି।

ତେବେ ଏହି ପ୍ରସଙ୍ଗରେ ବିସିସିଆଇ, କ୍ରିକେଟ ଫ୍ୟାନ ଓ  କ୍ରୀଡା ପ୍ରେମୀ ଧୋନିଙ୍କୁ ସମର୍ଥନ କରୁଛନ୍ତି।

Related story