ଦେଖନ୍ତୁ, କ୍ରୀଡ଼ାମନ୍ତ୍ରୀ କିରେନ୍ଙ୍କ ‘ବୋତଲ କ୍ୟାପ୍ ଚ୍ୟାଲେଞ୍ଜ’
ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁଙ୍କ ଅବିଶ୍ୱସନୀୟ କାରନାମାର ଭିଡିଓ ଏବେ ଇଣ୍ଟରନେଟ୍ରେ ରାଜ୍ କରୁଛି। ଭାରତରେ ଫିଟ୍ନେସ୍କୁ ପ୍ରୋତ୍ସାହନ ଦେବାପାଇଁ ସେ ନିଜେ #Bottlecapchallengeକୁ ସଫଳତାର ସହ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି। https://www.instagram.com/p/BzuU3C3hVfx/?utm_source=ig_web_copy_link ଏହି ଭିଡିଓକୁ ବ୍ୟାପକ ମାତ୍ରାରେ ଦର୍ଶକ ଦେଖୁଛନ୍ତି। ଶେଷ ଖବର ସୁଦ୍ଧା ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହାକୁ ଦେଖିସାରିଥିଲେ। ଏହାର ପ୍ରଶଂସକଙ୍କ ମଧ୍ୟରେ ଗାୟକ ଅଦ୍ନାନ୍ ଶାମି ଏବଂ ଶିବସେନା ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ […]
ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁଙ୍କ ଅବିଶ୍ୱସନୀୟ କାରନାମାର ଭିଡିଓ ଏବେ ଇଣ୍ଟରନେଟ୍ରେ ରାଜ୍ କରୁଛି। ଭାରତରେ ଫିଟ୍ନେସ୍କୁ ପ୍ରୋତ୍ସାହନ ଦେବାପାଇଁ ସେ ନିଜେ #Bottlecapchallengeକୁ ସଫଳତାର ସହ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି।
https://www.instagram.com/p/BzuU3C3hVfx/?utm_source=ig_web_copy_link
ଏହି ଭିଡିଓକୁ ବ୍ୟାପକ ମାତ୍ରାରେ ଦର୍ଶକ ଦେଖୁଛନ୍ତି। ଶେଷ ଖବର ସୁଦ୍ଧା ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହାକୁ ଦେଖିସାରିଥିଲେ। ଏହାର ପ୍ରଶଂସକଙ୍କ ମଧ୍ୟରେ ଗାୟକ ଅଦ୍ନାନ୍ ଶାମି ଏବଂ ଶିବସେନା ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଅଛନ୍ତି।
https://www.instagram.com/p/By_2t50BprG/?utm_source=ig_web_copy_link
ରିଜିଜୁ ସମସ୍ତ ପୋଷ୍ଟରେ ନିଶା ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯୁବକମାନେ ଆମ ଦେଶର ଭବିଷ୍ୟତ। ନିଶାକୁ ନା କୁହ, ଫିଟ୍ ରୁହ। ଏକାଗ୍ରତା ଏବଂ ଫୋକସ୍ ସଫଳତାର ମାର୍ଗ। ସୁସ୍ୱାସ୍ଥ୍ୟ ଜୀବନରେ ଖୁସି ନେଇ ଆସିଥାଏ।