ଅନଲକ-୪ରେ କ’ଣ ସବୁ ନୂଆ ନିୟମ ଲାଗୁ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଅନଲକ-୪ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଆସନ୍ତା ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ସାଧାରଣ ଜନଜୀବନକୁ ଅଧିକ ସ୍ୱାଭାବିକ କରିବା ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି। ତେବେ ଆସନ୍ତୁ ଜାଣିବା ଅନଲକ-୪ରେ କ’ଣ ସବୁ ନୂଆ ବ୍ୟବସ୍ଥା ହୋଇଛି- ୧-ଆସନ୍ତା ୭ ତାରିଖରୁ ମେଟ୍ରୋ ସେବା ଆରମ୍ଭ ହେବ। ୨-ସେପ୍ଟେମ୍ବର ୨୧ରୁ ସର୍ବାଧିକ ୧୦୦ ଜଣଙ୍କୁ ନେଇ ସାମାଜିକ, ସାଂସ୍କୃତିକ, ରାଜନୀତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ। […]

dfg

Hemant Lenka
  • Published: Saturday, 29 August 2020
  • , Updated: 29 August 2020, 09:10 PM IST

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଅନଲକ-୪ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଆସନ୍ତା ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ସାଧାରଣ ଜନଜୀବନକୁ ଅଧିକ ସ୍ୱାଭାବିକ କରିବା ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି।

ତେବେ ଆସନ୍ତୁ ଜାଣିବା ଅନଲକ-୪ରେ କ’ଣ ସବୁ ନୂଆ ବ୍ୟବସ୍ଥା ହୋଇଛି-

୧-ଆସନ୍ତା ୭ ତାରିଖରୁ ମେଟ୍ରୋ ସେବା ଆରମ୍ଭ ହେବ।

୨-ସେପ୍ଟେମ୍ବର ୨୧ରୁ ସର୍ବାଧିକ ୧୦୦ ଜଣଙ୍କୁ ନେଇ ସାମାଜିକ, ସାଂସ୍କୃତିକ, ରାଜନୀତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ।

୩-ଅନଲାଇନ କ୍ଲାସ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟଗୁଡ଼ିକ ୫୦% ଶିକ୍ଷକଙ୍କୁ ସ୍କୁଲକୁ ଡାକି ପିଲାଙ୍କୁ ପାଠପଢ଼ାଇ ପାରିବେ।

୪-ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟରକୁ ଅନୁମତି ମିଳିବ।

୫- ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ନିଜ ଇଚ୍ଛା ଅନୁସାରେ ଲକଡାଉନ ଲାଗୁ କରିପାରିବେ ନାହିଁ।

୬-ଲକଡାଉନ ଲାଗୁ କରିବା ପୂର୍ବରୁ ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ବାଧ୍ୟ।

ପୂର୍ବଭଳି କ’ଣ ରହିବ ବନ୍ଦ

୧-କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର ୩୦ ଯାଏ ଲକଡାଉନ ଲାଗୁ କରାଯିବ।

୨-ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ସମସ୍ତ ଶିକ୍ଷାନୁଷ୍ଠାନ ସେପ୍ଟେମ୍ବର ୩୦ ଯାଏ ବନ୍ଦ ରହିବ।

୩-ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ଭିତରେ ଯାତାୟାତ ଉପରେ କୌଣସି କଟକଣା ନାହିଁ।

୪-ଛୋଟ ପିଲା, ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଗର୍ଭବତୀଙ୍କୁ ବାହାରକୁ ବାହାରିବା ମନା।

୫-ସୁଇମିଂ ପୁଲ ଓ ସିନେମା ହଲ ମଧ୍ୟ ୩୦ ଯାଏ ବନ୍ଦ ରହିବ।

Related story