ସଡ଼କ ହେଲା ନଦୀ, ଏୟାରପୋର୍ଟରେ ଖେଳିଲେ ମୀନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଲଗାତର ୪ ଦିନ ଧରି ଅବିଶ୍ରାନ୍ତ ବର୍ଷା ଦେଶର ମାୟାନଗରୀ ମୁମ୍ବାଇକୁ ବେହାଲ କରିଛି। ପ୍ରବଳ ବର୍ଷା ଯୋଗୁ କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିବା ବେଳେ ଆଉ କେଉଁଠି ରେଳ ଧାରଣାରେ ବର୍ଷା ପାଣି ସୁଅ କାଟିବା ଆରମ୍ଭ କରିଛି। ମୁମ୍ବାଇର ମୁଖ୍ୟ ରାସ୍ତା ଗୁଡ଼ିକ ଏବେ କୁତ୍ରିମ ନଦୀରେ ପରିଣତ ହୋଇଛି। ଲଗାଣ ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଓ ଦିନ ମଜୁରିଆମାନେ ନାହିଁ ନଥିବା […]

rain

rain

Hemant Lenka
  • Published: Monday, 01 July 2019
  • Updated: 01 July 2019, 06:10 PM IST

Sports

Latest News

ମୁମ୍ବାଇ: ଲଗାତର ୪ ଦିନ ଧରି ଅବିଶ୍ରାନ୍ତ ବର୍ଷା ଦେଶର ମାୟାନଗରୀ ମୁମ୍ବାଇକୁ ବେହାଲ କରିଛି। ପ୍ରବଳ ବର୍ଷା ଯୋଗୁ କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିବା ବେଳେ ଆଉ କେଉଁଠି ରେଳ ଧାରଣାରେ ବର୍ଷା ପାଣି ସୁଅ କାଟିବା ଆରମ୍ଭ କରିଛି। ମୁମ୍ବାଇର ମୁଖ୍ୟ ରାସ୍ତା ଗୁଡ଼ିକ ଏବେ କୁତ୍ରିମ ନଦୀରେ ପରିଣତ ହୋଇଛି। ଲଗାଣ ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଓ ଦିନ ମଜୁରିଆମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମୁମ୍ବାଇର ଲାଇଫ ଲାଇନ୍‌ କୁହାଯାଉଥିବା ଲୋକାଲ ଟ୍ରେନ୍‌ ସେବା ମଧ୍ୟ ବର୍ଷା ଯୋଗୁ ଅଟକି ଯାଇଛି। ମୁଖ୍ୟ ରାସ୍ତାରେ ପାଣି ଜମି ରହିବାରୁ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ମୁମ୍ବାଇ-ପୁଣେ ଜାତୀୟ ରାଜପଥରେ ହଜାର ହଜାର ସଂଖ୍ୟାରେ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି। ପାଲଘରରେ ବର୍ଷା ପାଣି ରେଳ ଧାରଣା ଉପରେ ପ୍ରବାହିତ ହେଉଥିବାରୁ ଏକାଧିକ ଟ୍ରେନ୍‌କୁ ବାତିଲ କରାଯାଇଛି। ସେହିପରି ଏକାଧିକ ଏକ୍ସପ୍ରେସର ଗତିପଥକୁ ବଦଳା ଯାଇଛି।

ବର୍ଷା ଯୋଗୁ ମୁମ୍ବାଇ ଏୟାର ପୋର୍ଟରେ ମାଛ ଖେଳିବା ଆରମ୍ଭ କରିଛନ୍ତି। ପ୍ରବଳ ବର୍ଷା ପରେ ଜୁହୁ ଏୟାରପୋର୍ଟରେ ପାଣି ପଶି ଯାଇଥିଲା। ଏବେ ଏୟାରପୋର୍ଟର ରନୱେରେ ମାଛମାନେ ପହଁରୁଥିବା ଦେଖିବାକୁ ମିଳିଛି। ମାଛ କେଉଁଠୁ ଆସିଲେ, ତା’କୁ ଦେଖି ଏୟାରପୋର୍ଟ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରନ୍‌ୱେରେ ଥିବା ମାଛର ଲମ୍ବ ପ୍ରାୟ ୩ ଫୁଟ ହେବ ବୋଲି ଜଣାପଡ଼ିଛି।

ଏହାବାଦ୍‌ ବର୍ଷା ଯୋଗୁ ହିନ୍ଦମାତା, ସାୟନ, ଅନ୍ଧେରୀ, କୁର୍ଲା , ବାନ୍ଦ୍ରା, ଦାଦର, କିଙ୍ଗ ସର୍କଲ ଏରିୟା ଭଳି ସ୍ଥାନରେ ପାଣି ଭର୍ତ୍ତି ହୋଇଯାଇଛି। ସ୍ଥିତି ଏମିତି ହୋଇଛି ଯେ ବର୍ଷା ପାଣି ଏବେ ଲୋକଙ୍କ ଘର ମଧ୍ୟରେ ପଶିବା ଆରମ୍ଭ କରିଛି। କେବଳ ଏସବୁ ସ୍ଥାନ ନୁହେଁ ପୂରା ମୁମ୍ବାଇ ସହର ବର୍ଷା ଯୋଗୁ ଏବେ ନୟାନ୍ତ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ କାମ ନଥିଲେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ପ୍ରବଳ ବର୍ଷା ଯୋଗୁ ଏକ ମାଲବାହୀ ଟ୍ରେନ୍ ରେଳ ଧାରଣାରୁ ଖସି ଯାଇଛି। ମଧ୍ୟ ରେଲଓ୍ୱେର ଡାଉନ ଲାଇନରେ ଜବୁଙ୍ଗ ଏବଂ ଠାକୁରବାଡ଼ି ମଧ୍ୟରେ ଥିବା ରେଳ ଧାରଣାରେ ମାଲବାହୀ ଟ୍ରେନ ଟ୍ରାକରୁ ବିଚ୍ୟୁତ ହୋଇଯାଇଛି। ଏହି ଘଟଣା ପରେ ଅନେକ ଟ୍ରେନ ବିଳମ୍ୱିତ ହୋଇଥିବା ବେଳେ ଏକ୍ସପ୍ରେସ ଟ୍ରେନ ଗୁଡ଼ିକର ଗତିପଥ ପରିବର୍ତ୍ତନ କରିଦିଆଯାଇଛି।

https://twitter.com/i/status/1145573462787801088

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story