ଗୁଳିକାଣ୍ଡ ଅଭିଯୁକ୍ତଙ୍କୁ ସମର୍ଥନ କରିଥିବା ବିଧାୟକଙ୍କ ଉପରେ ଫୁଲ ପକାଇଲେ ବିଜେପି ମୁଖ୍ୟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବଲିୟା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ସମର୍ଥନ କରିଥିବା ବିଜେପି ବିଧାୟକଙ୍କ ସହ ଆଜି ଷ୍ଟେଜ ଶେୟାର କରିଛନ୍ତି ଦଳର ରାଜ୍ୟ ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ। ଖାଲି ସେତିକି ନୁହେଁ ଉତ୍ତର ପ୍ରଦେଶର ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବେ ବିବାଦୀୟ ବିଧାୟକ ସୁରେନ୍ଦ୍ର ସିଂହଙ୍କ ଉପରେ ମଧ୍ୟ ଫୁଲ ପକାଇଛନ୍ତି। ନିକଟରେ ବିଧାୟକ ସୁରେନ୍ଦ୍ର ଗୁଳିକାଣ୍ତ ଅଭିଯୁକ୍ତଙ୍କୁ ସମର୍ଥନ କରିଥିବାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। […]

ga

Hemant Lenka
  • Published: Saturday, 24 October 2020
  • , Updated: 24 October 2020, 08:02 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବଲିୟା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ସମର୍ଥନ କରିଥିବା ବିଜେପି ବିଧାୟକଙ୍କ ସହ ଆଜି ଷ୍ଟେଜ ଶେୟାର କରିଛନ୍ତି ଦଳର ରାଜ୍ୟ ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ। ଖାଲି ସେତିକି ନୁହେଁ ଉତ୍ତର ପ୍ରଦେଶର ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବେ ବିବାଦୀୟ ବିଧାୟକ ସୁରେନ୍ଦ୍ର ସିଂହଙ୍କ ଉପରେ ମଧ୍ୟ ଫୁଲ ପକାଇଛନ୍ତି।

ନିକଟରେ ବିଧାୟକ ସୁରେନ୍ଦ୍ର ଗୁଳିକାଣ୍ତ ଅଭିଯୁକ୍ତଙ୍କୁ ସମର୍ଥନ କରିଥିବାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ସେ ସୁରେନ୍ଦ୍ରଙ୍କୁ ତାଗିଦ କରିବା ପାଇଁ ଉତ୍ତର ପ୍ରଦେଶର ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବଙ୍କୁ କହିଥିଲେ।

https://twitter.com/i/status/1319850345799974915

ହେଲେ ଏବେ ସ୍ୱତନ୍ତ୍ର ଦେବ ବିଧାୟକ ସୁରେନ୍ଦ୍ରଙ୍କୁ ଫୁଲ ପକାଇ ସ୍ୱାଗତ କରିଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଅନୁଯାୟୀ, ଗୋଟିଏ କାର୍ଯ୍ୟକ୍ରମର ମଞ୍ଚ ଉପରେ ସ୍ୱତନ୍ତ୍ର ଦେବ ଓ ସୁରେନ୍ଦ୍ର ସିଂହ ପାଖାପାଖି ବସିଛନ୍ତି। ଏହାପରେ ସ୍ୱତନ୍ତ୍ର ଦେବ ଫୁଲର ପାଖୁଡ଼ା ସୁରେନ୍ଦ୍ରଙ୍କ ଉପରେ ପକାଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ବଲିୟାରେ ମନ୍ଦିର ପ୍ରତିଷ୍ଠା ପାଇଁ ଆୟୋଜିତ ଭୂମି ପୂଜନ କାର୍ଯ୍ୟକ୍ରମ ବେଳେ ଘଟିଥିଲା।

Related story