ରାହୁଲ ଗାନ୍ଧିଙ୍କୁ ସଭାପତି କରିବା ପାଇଁ କଳ୍ପନାଜଳ୍ପନା: ୟୁପି କଂଗ୍ରେସ ପକ୍ଷରୁ ପ୍ରସ୍ତାବ ପାରିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବାକୁ ୟୁପି କଂଗ୍ରେସ  ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ କରିଛି।  ଏ ସଂପର୍କରେ ୟୁପି ରାଜ୍ୟ କଂଗ୍ରେସ କର୍ମକର୍ତ୍ତାଙ୍କ ଏକ ବୈଠକରେ ରାହୁଲଙ୍କ ସପକ୍ଷରେ ଏକ ପ୍ରସ୍ତାବ ଆସିଥିଲା ତାହା ସର୍ବ ସମ୍ମତ କ୍ରମେ ପାରିତ ହୋଇଛି। ତାକୁ ହାଇକମାଣ୍ଡଙ୍କ ପାଖକୁ ପଠାଯାଇଛି। ଏହା ଆଗରୁ ଗତକାଲି ଓଡ଼ିଶାର ନବନିର୍ବାଚିତ ପିସିସି ସଦସ୍ୟମାନେ ଏକ ସଂକଳ୍ପ ପାରିତ କରି ହାଇକମାଣ୍ଡଙ୍କ ପାଖକୁ ପଠାଇଛନ୍ତି। ଏହା ପୂର୍ବରୁ […]

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 06:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବାକୁ ୟୁପି କଂଗ୍ରେସ  ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ କରିଛି।  ଏ ସଂପର୍କରେ ୟୁପି ରାଜ୍ୟ କଂଗ୍ରେସ କର୍ମକର୍ତ୍ତାଙ୍କ ଏକ ବୈଠକରେ ରାହୁଲଙ୍କ ସପକ୍ଷରେ ଏକ ପ୍ରସ୍ତାବ ଆସିଥିଲା ତାହା ସର୍ବ ସମ୍ମତ କ୍ରମେ ପାରିତ ହୋଇଛି। ତାକୁ ହାଇକମାଣ୍ଡଙ୍କ ପାଖକୁ ପଠାଯାଇଛି। ଏହା ଆଗରୁ ଗତକାଲି ଓଡ଼ିଶାର ନବନିର୍ବାଚିତ ପିସିସି ସଦସ୍ୟମାନେ ଏକ ସଂକଳ୍ପ ପାରିତ କରି ହାଇକମାଣ୍ଡଙ୍କ ପାଖକୁ ପଠାଇଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବାକୁ ପ୍ରସ୍ତାବ ପାରିତ ହୋଇଛି।

Related story