ପରିବା ବୋଝେଇ ଠେଲା ଗାଡ଼ିକୁ ଫୋପାଡ଼ି ଦେଲା ପୁଲିସ୍‌, ଭିଡିଓ ଭାଇରାଲ

ମୀରଟ: ଉତ୍ତର ପ୍ରଦେଶ ପୁଲିସର ଏକ ବର୍ବରକାଣ୍ଡ ସାମ୍ନାକୁ ଆସିଛି। ଫ୍ଲାଗମାର୍ଚ୍ଚ ନାଁରେ ରାସ୍ତା କଡ଼ରେ ରହିଥିବା ପରିତ୍ୟକ୍ତ ପରିବା ବୋଝେଇ ଠେଲା ଗାଡ଼ିକୁ ପୁଲିସ୍‌ ଫୋପାଡ଼ି ଦେଇଛି। ପୁଲିସ୍‌ର ଏପରି କାଣ୍ଡ କ୍ୟାମେରାରେ କଏଦ ହୋଇଛି। ଭିଡିଓ ଭାଇରାଲ ହେବାପରେ ମୀରଟ ଅଞ୍ଚଳରେ ଘଟିଥିବା ଏହି ଘଟଣାର ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ମୋବାଇଲରେ ଶୁଟିଂ ହୋଇଥିବା ଭିଡିଓରେ ବିପୁଳ ସଂଖ୍ୟାରେ ପୁଲିସ୍‌ ପକ୍ଷରୁ ଏକ ଗଳିରେ ଫ୍ଲାଗମାର୍ଚ୍ଚ କରୁଛନ୍ତି। ଏହି ସମୟରେ ପୁଲିସ୍‌ […]

dd

Hemant Lenka
  • Published: Monday, 11 May 2020
  • , Updated: 11 May 2020, 11:43 AM IST

ମୀରଟ: ଉତ୍ତର ପ୍ରଦେଶ ପୁଲିସର ଏକ ବର୍ବରକାଣ୍ଡ ସାମ୍ନାକୁ ଆସିଛି। ଫ୍ଲାଗମାର୍ଚ୍ଚ ନାଁରେ ରାସ୍ତା କଡ଼ରେ ରହିଥିବା ପରିତ୍ୟକ୍ତ ପରିବା ବୋଝେଇ ଠେଲା ଗାଡ଼ିକୁ ପୁଲିସ୍‌ ଫୋପାଡ଼ି ଦେଇଛି। ପୁଲିସ୍‌ର ଏପରି କାଣ୍ଡ କ୍ୟାମେରାରେ କଏଦ ହୋଇଛି। ଭିଡିଓ ଭାଇରାଲ ହେବାପରେ ମୀରଟ ଅଞ୍ଚଳରେ ଘଟିଥିବା ଏହି ଘଟଣାର ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

ମୋବାଇଲରେ ଶୁଟିଂ ହୋଇଥିବା ଭିଡିଓରେ ବିପୁଳ ସଂଖ୍ୟାରେ ପୁଲିସ୍‌ ପକ୍ଷରୁ ଏକ ଗଳିରେ ଫ୍ଲାଗମାର୍ଚ୍ଚ କରୁଛନ୍ତି। ଏହି ସମୟରେ ପୁଲିସ୍‌ କର୍ମଚାରୀମାନେ ରାସ୍ତା କଡ଼ରେ ରହିଥିବା ଦୁଇଟି ପରିବା ବୋଝେଇ ଠେଲା ଗାଡ଼ିକୁ ରାସ୍ତାରେ ଫୋପାଡ଼ି ଦେଉଛନ୍ତି। ଏହାପରେ ପୁଲିସ୍‌ ପୂରା ଅଞ୍ଚଳରେ ବୁଲିବୁଲି ଲୋକମାନେ ଘରୁ ବାହାରିଛନ୍ତି କି ନାହିଁ, ତା’ର ଯାଞ୍ଚ କରୁଛି।

ଏହି ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ କିଏ ରାଇଫଲ ଧରିଛି ତ ଆଉ କିଏ ଦଙ୍ଗା ବେଳେ ବ୍ୟବହୃତ ସୁରକ୍ଷା କବଚ ପରିଧାନ କରିଛନ୍ତି। ପୁଲିସ୍‌ର ଏହି କାଣ୍ଡର ଭିଡିଓ ଭାଇରାଲ ହେବା ପରେ ସୋଶାଲ ମିଡିଆରେ ଏହାକୁ ତୀବ୍ର ବିରୋଧ କରାଯାଉଛି।

ମୀରଟରେ କରୋନା ଭାଇରସରେ ୨୪୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହା ରାଜ୍ୟର ଅନ୍ୟତମ ହଟସ୍ପଟ ଭାବେ ଚିହ୍ନଟ ହୋଇଛି।

ଭିଡିଓ ସୌଜନ୍ୟ ଏନଡି ଟିଭି

https://twitter.com/i/status/1259698031101915137

 

Related story