କେମିତି ହତ୍ୟା କଲ ଆସ କହିବ ! ଘଟଣାସ୍ଥଳକୁ କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ନେଲା ପୁଲିସ

ଲକ୍ଷ୍ନୌ: କେମିତି ହୋଇଥିଲା ଚାଷୀଙ୍କ ମୃତ୍ୟୁ। ଗାଡ଼ି ମଡ଼ାଇ କେମିତି ହୋଇଥିଲା ହତ୍ୟା। କାର ଭିତରେ କେଉଁମାନେ ଥିଲେ। କେଉଁ ପରିସ୍ଥିତିରେ ଘଟିଥିଲା ଘଟଣା।  କିଛି ଏମିତି ପ୍ରଶ୍ନର ଉତ୍ତର ପାଇଁ ଆଜି ଉତ୍ତରପ୍ରଦେଶ ପୁଲିସ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୁକ୍ତ ପୁଅ ଆଶିଷ ମିଶ୍ରାଙ୍କୁ ଘଟଣାସ୍ଥଳକୁ ନେଇଛି। ଲଖିମପୁର ଖେରୀ ହିଂସା ମାମଲାରେ ଆଶିଷ ମିଶ୍ରାଙ୍କୁ ସିନ୍‌ ରିକ୍ରିଏସନ କରିବ ୟୁପି ପୁଲିସ। ପୁଲିସ ଆଶିଷ ମିଶ୍ରାଙ୍କ ସହ ତାଙ୍କ ବନ୍ଧୁ ତଥା ଅଭିଯୁକ୍ତ ଅଙ୍କିତ ଦାସଙ୍କୁ ମଧ୍ୟ […]

Ashis mishra

Tapas Behera
  • Published: Thursday, 14 October 2021
  • , Updated: 14 October 2021, 04:30 PM IST

ଲକ୍ଷ୍ନୌ: କେମିତି ହୋଇଥିଲା ଚାଷୀଙ୍କ ମୃତ୍ୟୁ। ଗାଡ଼ି ମଡ଼ାଇ କେମିତି ହୋଇଥିଲା ହତ୍ୟା। କାର ଭିତରେ କେଉଁମାନେ ଥିଲେ। କେଉଁ ପରିସ୍ଥିତିରେ ଘଟିଥିଲା ଘଟଣା।  କିଛି ଏମିତି ପ୍ରଶ୍ନର ଉତ୍ତର ପାଇଁ ଆଜି ଉତ୍ତରପ୍ରଦେଶ ପୁଲିସ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୁକ୍ତ ପୁଅ ଆଶିଷ ମିଶ୍ରାଙ୍କୁ ଘଟଣାସ୍ଥଳକୁ ନେଇଛି। ଲଖିମପୁର ଖେରୀ ହିଂସା ମାମଲାରେ ଆଶିଷ ମିଶ୍ରାଙ୍କୁ ସିନ୍‌ ରିକ୍ରିଏସନ କରିବ ୟୁପି ପୁଲିସ।

ପୁଲିସ ଆଶିଷ ମିଶ୍ରାଙ୍କ ସହ ତାଙ୍କ ବନ୍ଧୁ ତଥା ଅଭିଯୁକ୍ତ ଅଙ୍କିତ ଦାସଙ୍କୁ ମଧ୍ୟ ଘଟଣାସ୍ଥଳକୁ ନେଇଛି ପୁଲିସ । ଅକ୍ଟୋବର ୩ ତାରିଖରେ ଘଟଣା ସମ୍ପର୍କରେ ବର୍ଣ୍ଣନା ପାଇଁ ସେମାନଙ୍କୁ ପୁଲିସ ନେଇଛି। ତେବେ ହତ୍ୟାକାଣ୍ଡ ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି ଆଶିଷ ମିଶ୍ରା। ଗତକାଲି ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଯାଥିଲା। ତାଙ୍କ ଓକିଲ ସିଜେଏମ୍‌ କୋର୍ଟରେ କରିଥିବା ଆବେଦନକୁ କୋର୍ଟ ଖାରଜ୍‌ କରିଦେଇଛନ୍ତି । ଲକ୍ଷ୍ମୀପୁର ଘଟଣାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ସଣ୍ଡୁଆସି ଆକ୍ରମଣ ଜାରି ରଖିଛନ୍ତି। ଉକ୍ତ ଘଟଣାରେ ଦୀର୍ଘ ୧୨ ଘଣ୍ଟା ପଚରାଉଚରା ପରେ ଆଶିଷଙ୍କୁ ଗିରଫ କରାଯାଇଥିଲା।  ପରେ ତାଙ୍କୁ କୋର୍ଟ ତିନି ଦିନିଆ ରିମାଣ୍ଡରେ ପଠାଇଥିଲେ।

ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଲକ୍ଷ୍ମୀପୁର ଖେରୀ ଘଟଣାରେ ଚାରି କୃଷକଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ଘଟିଥିଲା। ଏସଆଇଟି କହିବା କଥା ଯେଉଁ ଜିପ୍‌ରେ କୃଷକଙ୍କ ଉପରେ ଚଢା ଯାଇ ହତ୍ୟା କରାଯାଇଥିଲା, ସେହି ଗାଡିକୁ ଆଶିଷ ମିଶ୍ରା ଚଲାଉଥିଲେ। ମାମଲା ରାଜନୀତିର ତୀବ୍ର ରୂପ ମଧ୍ୟ ନେଇ ସାରିଛି।

Related story