‘ଦଙ୍ଗାକାରୀଙ୍କୁ ସାର୍ବଜନୀନ କରିବା ପାଇଁ ଲଢ଼େଇ ଜାରି ରହିବ, ଯୋଗୀ ରାଜ୍‌ରେ କ୍ଷମାର ସ୍ଥାନ ନାହିଁ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ଫଟୋ ଲଗା ହୋର୍ଡିଂକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଏହି ହୋର୍ଡିଂ ହଟାଇବାକୁ କହିଥିଲେ। ଏବେ ସରକାରଙ୍କ ପକ୍ଷରୁ ଜବାବରେ କୁହାଯାଇଛି, ଦଙ୍ଗାକାରୀଙ୍କ ପରିଚୟ ହାଇଲାଇଟ୍ କରିବା ପ୍ରୟାସ ଜାରି ରହିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଣମାଧ୍ୟମ ପରାମର୍ଶଦାତା ମୃତ୍ୟୁଞ୍ଜୟ କୁମାର କହିଛନ୍ତି, “କୋର୍ଟ କେବଳ ହୋର୍ଡିଂ ହଟାଇବାକୁ କହିଛନ୍ତି, ମାମଲା ହଟାଇବାକୁ କହିନାହାନ୍ତି। ତେଣୁ ସେମାନଙ୍କୁ ହାଇଲାଇଟ୍ କରିବା ପାଇଁ […]

Hoarding

Hoarding

Subrat Kumar Nayak
  • Published: Monday, 09 March 2020
  • Updated: 09 March 2020, 05:49 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ଫଟୋ ଲଗା ହୋର୍ଡିଂକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଏହି ହୋର୍ଡିଂ ହଟାଇବାକୁ କହିଥିଲେ। ଏବେ ସରକାରଙ୍କ ପକ୍ଷରୁ ଜବାବରେ କୁହାଯାଇଛି, ଦଙ୍ଗାକାରୀଙ୍କ ପରିଚୟ ହାଇଲାଇଟ୍ କରିବା ପ୍ରୟାସ ଜାରି ରହିବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଣମାଧ୍ୟମ ପରାମର୍ଶଦାତା ମୃତ୍ୟୁଞ୍ଜୟ କୁମାର କହିଛନ୍ତି, “କୋର୍ଟ କେବଳ ହୋର୍ଡିଂ ହଟାଇବାକୁ କହିଛନ୍ତି, ମାମଲା ହଟାଇବାକୁ କହିନାହାନ୍ତି। ତେଣୁ ସେମାନଙ୍କୁ ହାଇଲାଇଟ୍ କରିବା ପାଇଁ ଲଢ଼େଇ ଜାରି ରହିବ।” ସେ କହିଛନ୍ତି, ଯୋଗୀ ରାଜ୍ରେ ଦଙ୍ଗାକାରୀଙ୍କୁ କ୍ଷମା ଅସମ୍ଭବ।

କୋଟ ଗତ ୭ ତାରିଖରେ ନିଜ ଆଡ଼ୁ ଏହି ହୋର୍ଡିଂ ମାମଲାର ଶୁଣାଣି କରିଥିଲେ। କୋର୍ଟ ଏଥିରେ ବ୍ୟକ୍ତିଗତ ଗୋପନୀୟତା କଥା ଉଠାଇ ହୋର୍ଡିଂ ହଟାଇବାକୁ କହିଥିଲେ। ଏଥିରେ ପ୍ରତିକ୍ରିୟା ରଖି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ କହିଥିଲେ, ଏ ସରକାରକୁ ନା ଗୋପନୀୟତାର ଅଧିକାର ବାବଦରେ ଜଣାଅଛି ନା ସମ୍ବିଧାନକୁ ସମ୍ମାନ କରିବା ଜଣାଅଛି। ଏହି ରାୟକୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ ସ୍ୱାଗତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos