ଏନକାଉଣ୍ଟର ପରେ ମଦମୃତ୍ୟୁ ମାମଲାରେ ଅଭିଯୁକ୍ତ ଗିରଫ

ବାରବାଙ୍କୀ, ୟୁପି: ଉତ୍ତର ପ୍ରଦେଶ ବାରବାଙ୍କୀ ଜିଲ୍ଲା ମଦମୃତ୍ୟୁ ଘଟଣାର ଅଭିଯୁକ୍ତ ପପୁ ଜୟଶ୍ୱାଲକୁ ଜିଲ୍ଲା ପୁଲିସ୍ ଗିରଫ କରିଛି। ଅମାରୀ କୁଣ୍ଡ ନାମକ ସ୍ଥାନରେ ପପୁ ଲୁଚିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ପପୁକୁ ଧରିବା ପାଇଁ ଚେଷ୍ଟା କରିଥିଲା। ତେବେ ପପୁ ଏହି ସମୟରେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୁଲିସ ଗୁଳି ଚଳାଇବାରୁ ପପୁର ଗୋଡ଼ରେ ଗୁଳି ବାଜିଥିଲା। ପପୁ ଆହତ ହୋଇ ତଳେ ପଡ଼ିଯିବା […]

up hooch tragedy, accused arrest after encounter

up hooch tragedy, accused arrest after encounter

Subhransu Sekhar
  • Published: Wednesday, 29 May 2019
  • Updated: 29 May 2019, 11:15 AM IST

Sports

Latest News

ବାରବାଙ୍କୀ, ୟୁପି: ଉତ୍ତର ପ୍ରଦେଶ ବାରବାଙ୍କୀ ଜିଲ୍ଲା ମଦମୃତ୍ୟୁ ଘଟଣାର ଅଭିଯୁକ୍ତ ପପୁ ଜୟଶ୍ୱାଲକୁ ଜିଲ୍ଲା ପୁଲିସ୍ ଗିରଫ କରିଛି। ଅମାରୀ କୁଣ୍ଡ ନାମକ ସ୍ଥାନରେ ପପୁ ଲୁଚିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ପପୁକୁ ଧରିବା ପାଇଁ ଚେଷ୍ଟା କରିଥିଲା। ତେବେ ପପୁ ଏହି ସମୟରେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୁଲିସ ଗୁଳି ଚଳାଇବାରୁ ପପୁର ଗୋଡ଼ରେ ଗୁଳି ବାଜିଥିଲା। ପପୁ ଆହତ ହୋଇ ତଳେ ପଡ଼ିଯିବା ପରେ ପୁଲିସ ତାକୁ ଗିରଫ କରିଛି। ଏବେ ସେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

 

ସୋମବାର ରାତିରେ ବାରବାଙ୍କୀ ଜିଲ୍ଲାର ଏକ ସରକାରୀ ଲାଇସେନ୍ସ ଦୋକାନରୁ ସ୍ଥାନୀୟ ଲୋକେ ମଦ କିଣି ପିଇଥିଲେ। ଏହାପରେ ଏଯାଏ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସାଧୀନ ଥିବା ସୂଚନା ରହିଛି।
ପପୁ ସହିତ ମଦ ଦୋକାନର ସେଲ୍ସମ୍ୟାନ୍ ସୁନୀଲ ଜୟଶ୍ୱାଲ ଏବଂ ପୀତାମ୍ୱର ମଙ୍ଗଳବାର ଗିରଫ ହୋଇଛନ୍ତି। ଏବେ ବି କିନ୍ତୁ ମଦ ଦୋକାନର ମାଲିକ ଦାନବୀର ସିଂହ ନିଖୋଜ ଥିବା ଜଣାପଡ଼ିଛି। ଦାନବୀର ମଦ ଦୋକାନ ପାଇଁ ସରକାରୀ ଲାଇସେନ୍ସ ପାଇବା ସହିତ ବେଆଇନ ମଦ ଫ୍ୟାକ୍ଟି ଖୋଲିଥିବା ଜଣାପଡ଼ିଛି।

 

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗତକାଲି ସ୍ଥାନୀୟ ଅବକାରୀ ଅଧିକାରୀ ପବନ ଗୌତମଙ୍କ ସହିତ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ, ପାଞ୍ଚ ଜଣ ପୁଲିସ କର୍ମୀ ଏବଂ ତିନି ଜଣ କନଷ୍ଟେବଳ ନିଲମ୍ୱିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos