୩୨୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କଲା ସପା

ଲକ୍ଷ୍ନୌ: ୨୦୧୭ ଫେବୃଆରୀ ୨୮ ତାରିଖରୁ ଆରମ୍ଭ ହେବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ସମାଜପାଦୀ ପାର୍ଟି (ସପା) ପକ୍ଷରୁ ୩୨୫ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯାଇଛି। ସପା ଅଧ୍ୟକ୍ଷ ମୁଲାୟମ ସିଂହ ଯାଦବ ଏହା ଘୋଷଣା କରିଛନ୍ତି। ଏଥିରେ ମୁଳାୟମଙ୍କ ବୋହୂ ଅପର୍ଣ୍ଣା ଯାଦବଙ୍କ ନାମ ରହିଛି। ଅପର୍ଣ୍ଣା ଲକ୍ଷ୍ନୌ କେଣ୍ଟରୁ ନିର୍ବାଚନ ଲଢିବେ। ଏହି ଅବସରରେ ମୁଲାୟମ କହିଛନ୍ତି,“ୟୁପି ଜିତିବା ବାଲା ଦିଲ୍ଲୀ ଜିତନ୍ତି। ବହୁ ଚିନ୍ତା କରାଯିବା ପରେ ସବୁ ପ୍ରାର୍ଥୀଙ୍କୁ […]

mulayam

Rakesh Mallick
  • Published: Wednesday, 28 December 2016
  • , Updated: 28 December 2016, 06:14 PM IST

ଲକ୍ଷ୍ନୌ: ୨୦୧୭ ଫେବୃଆରୀ ୨୮ ତାରିଖରୁ ଆରମ୍ଭ ହେବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ସମାଜପାଦୀ ପାର୍ଟି (ସପା) ପକ୍ଷରୁ ୩୨୫ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯାଇଛି। ସପା ଅଧ୍ୟକ୍ଷ ମୁଲାୟମ ସିଂହ ଯାଦବ ଏହା ଘୋଷଣା କରିଛନ୍ତି। ଏଥିରେ ମୁଳାୟମଙ୍କ ବୋହୂ ଅପର୍ଣ୍ଣା ଯାଦବଙ୍କ ନାମ ରହିଛି। ଅପର୍ଣ୍ଣା ଲକ୍ଷ୍ନୌ କେଣ୍ଟରୁ ନିର୍ବାଚନ ଲଢିବେ।

ଏହି ଅବସରରେ ମୁଲାୟମ କହିଛନ୍ତି,“ୟୁପି ଜିତିବା ବାଲା ଦିଲ୍ଲୀ ଜିତନ୍ତି। ବହୁ ଚିନ୍ତା କରାଯିବା ପରେ ସବୁ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି।”

ତେବେ ଏହି ପ୍ରାର୍ଥୀ ତାଲିକାରେ ମୁଲାୟମଙ୍କ ଭାଇ ଶିବରାଜ ଯାଦବଙ୍କ ଦବଦବା ଦେଖିବାକୁ ମିଳିଛି। ତାଲିକାରେ ତାଙ୍କ ପସନ୍ଦର ପ୍ରାର୍ଥୀଙ୍କ ନାଁ ଅଧିକ ରହିଛି। ଏପରିକି ଅଯୋଧ୍ୟ୍ୟାରୁ ସପା ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଓ ଅଖିଳେଶ ଯାଦବଙ୍କ ଦୃଢ ସମର୍ଥକ ପୱନ ବର୍ମାଙ୍କୁ ଟିକେଟ୍‌ ମିଳିନାହିଁ। ବେଣୀ ପ୍ରସାଦ ବର୍ମାଙ୍କ ପୁଅ ରାକେଶ ବର୍ମାଙ୍କୁ ବାରାବାଙ୍କିରୁ ଟିକେଟ୍‌ ମିଳିଛି। ବାରାବାଙ୍ଗିରୁ ବିଧାୟକ ଥିବା ଓ ଅଖିଳେଶଙ୍କ ନିକଟତର ଅରବିନ୍ଦ ସିଂହଙ୍କ ନାଁ ତାଲିକାରେ ନାହିଁ।

Related story