ପାକ୍‌ ସନ୍ତ୍ରାସବାଦୀଙ୍କ ଉରି ଫର୍ମୁଲା ଫେଲ: ଜାଣନ୍ତୁ କେମିତି ହୋଇଥିଲା ବ୍ଲୁ-ପ୍ରିଣ୍ଟ ?

ନୂଆଦିଲ୍ଲୀ: ପୁଣିସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀଙ୍କ ଆକ୍ରମଣ।  ଉରିରେ ସେନା କ୍ୟାମ୍ପ ଉପରେ ଆକ୍ରମଣ ପରି ପୁଣି ଏକ ଆକ୍ରମଣ ଉଦ୍ୟମ କରିଥିଲେ ପାକିସ୍ତାନ ଆତଙ୍କବାଦୀ। ଶ୍ରୀନଗରର ବିଏସ୍ଏଫ କ୍ୟାମ୍ପରେ ଏହି  ହମ୍ଲା ହୋଇଥିଲା। ଆକ୍ରମଣରେ ବିଏସ୍ଏଫର ଜଣେ ଏସଆଇ ସହିଦ ହେବା ସହ ୩ ଜଣ ଯବାନ ଆହତ ହୋଇଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ ଅପରେସନରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।   ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କୀ ସଙ୍ଗଠନ ଜୈସ-ଏ-ମହମ୍ମଦ ନିଜକୁ ଦାୟୀ କରିଛି । […]

p333-44

Rakesh Mallick
  • Published: Tuesday, 03 October 2017
  • , Updated: 03 October 2017, 04:22 PM IST

ନୂଆଦିଲ୍ଲୀ: ପୁଣିସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀଙ୍କ ଆକ୍ରମଣ।  ଉରିରେ ସେନା କ୍ୟାମ୍ପ ଉପରେ ଆକ୍ରମଣ ପରି ପୁଣି ଏକ ଆକ୍ରମଣ ଉଦ୍ୟମ କରିଥିଲେ ପାକିସ୍ତାନ ଆତଙ୍କବାଦୀ। ଶ୍ରୀନଗରର ବିଏସ୍ଏଫ କ୍ୟାମ୍ପରେ ଏହି  ହମ୍ଲା ହୋଇଥିଲା। ଆକ୍ରମଣରେ ବିଏସ୍ଏଫର ଜଣେ ଏସଆଇ ସହିଦ ହେବା ସହ ୩ ଜଣ ଯବାନ ଆହତ ହୋଇଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ ଅପରେସନରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।   ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କୀ ସଙ୍ଗଠନ ଜୈସ-ଏ-ମହମ୍ମଦ ନିଜକୁ ଦାୟୀ କରିଛି । ସେପଟେ ଗୃହମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଆଜି ଭୋର ପ୍ରାୟ ୪ଟା ବେଳେ  ୪ ଜଣ ଆତଙ୍କବାଦୀ ଚାରି ଥାକିଆ ସୁରକ୍ଷା ବଳୟକୁ ଭେଦ କରି ଶ୍ରୀନଗର ବିମାନବନ୍ଦର ନିକଟରେ ଥିବା ବିଏସଏଫ ୧୮୨ ବାଟାଲିୟନ  ଭିତରକୁ ପ୍ରବେଶ କରିଥିଲେ।   ସବୁ ଆତଙ୍କବାଦୀ ସେନା ପୋଷାକ ପିନ୍ଧିବା ସହ ହାତରେ ଧରିଥିଲେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଗ୍ରେନେଡ୍।   ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଆଖିବୁଜା ଗୁଳିଚାଳନା ସହ ଗ୍ରେନେଡ ମାଡ କରିଥିଲେ।   ଏହାପରେ ବିଏସଏଫ୍ ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା।    ଘଟଣାସ୍ଥଳରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟମାନେ ଭିତରକୁ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ।   ପରେ ସୁରକ୍ଷାକର୍ମୀଙ୍କ ମିଳିତ ଅପରସେନ୍‌ରେ ଅନ୍ୟ ୨ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

ବିଏସ୍ଏଫ୍ ୧୮୨ ବାଟାଲିୟନ୍‌ର ଏହି କ୍ୟାମ୍ପ ଶ୍ରୀନଗର ସିଭିଲ୍ ଆଣ୍ଡ ଟେକ୍ନିକାଲ ବିମାନବନ୍ଦରର ନିକଟରେ ରହିଛି ।  ଏହି ବିମାନବନ୍ଦରକୁ ସଶସ୍ତ୍ର ସେନା ଓ ଭିଆଇପିଙ୍କ ଯିବାଆସିବା ପାଇଁ ବ୍ୟବହାର କରାଯାଇଥାଏ।    ଆଜିର ଆକ୍ରମଣ ପରେ ଏହି ବିମାନ ବନ୍ଦରରୁ ସମସ୍ତ ବିମାନ ଚଳାଚଳକୁ  ୫ଘଣ୍ଟା ପାଇଁ ବାତିଲ କରି ଦିଆଯାଇଥିଲା।    ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

Related story