ଶିବସେନାରେ ଯୋଗଦେବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର!

ମୁମ୍ବାଇ: ପାଞ୍ଚମାସ ତଳେ କଂଗ୍ରେସ ଛାଡ଼ିଥିବା ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ସୋମବାର ଶିବସେନାରେ ଯୋଗଦେଇ ପାରନ୍ତି। ବଲିଉଡ୍ ଅଭିନେତ୍ରୀରୁ ରାଜନୀତିରେ ପାଦ ଥାପିଥିବା ଉର୍ମିଳା ମାତୋଣ୍ଡକର କଂଗ୍ରେସରୁ ଟିକେଟ୍ ପାଇ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଯାହା ପରେ ସେ ସେପ୍ଟେମ୍ବର, ୨୦୧୯ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ତେବେ ଶିବସେନାରେ ଯୋଗଦେବା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ଗଠିତ ମହାମେଣ୍ଟ […]

urmila

Ranjit Kumar Jena
  • Published: Sunday, 29 November 2020
  • , Updated: 29 November 2020, 02:56 PM IST

ମୁମ୍ବାଇ: ପାଞ୍ଚମାସ ତଳେ କଂଗ୍ରେସ ଛାଡ଼ିଥିବା ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ସୋମବାର ଶିବସେନାରେ ଯୋଗଦେଇ ପାରନ୍ତି। ବଲିଉଡ୍ ଅଭିନେତ୍ରୀରୁ ରାଜନୀତିରେ ପାଦ ଥାପିଥିବା ଉର୍ମିଳା ମାତୋଣ୍ଡକର କଂଗ୍ରେସରୁ ଟିକେଟ୍ ପାଇ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଯାହା ପରେ ସେ ସେପ୍ଟେମ୍ବର, ୨୦୧୯ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ତେବେ ଶିବସେନାରେ ଯୋଗଦେବା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।

ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ଗଠିତ ମହାମେଣ୍ଟ ସରକାର ଉର୍ମିଳାଙ୍କୁ ବିଧାନ ପରିଷଦର ସଦସ୍ୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସରକାର ମଧ୍ୟ ତାଙ୍କ ନାଁ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ପାଖକୁ ପଠାଇଥିଲା। ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାର ରାଜ୍ୟପାଳଙ୍କୁ ୧୨ଜଣଙ୍କ ତାଲିକା ପଠାଇଥିଲା, ଯାହାକୁ ରାଜ୍ୟପାଳଙ୍କ କୋଟାରୁ ବିଧାନ ପରିଷଦ ପଠାଯାଇଥିଲା।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପିର ମହା ଅଘାଡ଼ି ମହାମେଣ୍ଟ ରହିଛି। ତିନୋଟି ଯାକ ପାର୍ଟି ଚାରିଜଣ ଲେଖାଏ ନାଁ ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ଏନସିପି ଏକନାଥ ଖଡସେ, ରାଜୁ ସେଟ୍ଟୀ, ଯଶପାଲ୍ ଭିଙ୍ଗେ ଓ ଆନନ୍ଦ ଶିନ୍ଦେଙ୍କ ନାଁ ପଠାଇଥିଲା। ସେହିପରି କଂଗ୍ରେସ ରଜନୀ ପାଟିଲ୍, ସଚିନ୍ ସାୱନ୍ତ, ମୁଝଫର ହୁସେନ୍ ଓ ଅନିରୁଦ୍ଧ ବନକରଙ୍କ ନାଁ ପଠାଇଥିବା ବେଳେ ଶିବସେନା ଉର୍ମିଳାଙ୍କ ସମେତ ଚନ୍ଦ୍ରକାନ୍ତ ରଘୁବଂଶୀ, ବିଜୟ କରଞ୍ଜକର ଓ ନୀତୀନ ବାନଗୁଡ଼େ ପାଠିଲ୍ ନାଁ ପଠାଇଥିଲା।

Related story