ଏକାଦଶୀରେ ଛଡ଼ା ନଯିବାରୁ ଅପୂର୍ଣ୍ଣ ରହିଲା ମିଶନ ଚନ୍ଦ୍ରଯାନ-୨: ସଂଘ ନେତା ଶମ୍ଭାଜୀ

ନୂଆଦିଲ୍ଲୀ: ନିଜର ଓଲଟା ସିଧା ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆରଏସଏସ ନେତା ଶମ୍ଭାଜୀ ଭିଡେ ମିଶନ ଚନ୍ଦ୍ରଯାନର ବିଫଳତାକୁ ନେଇ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଆମେରିକାର ମିଶନ ଚନ୍ଦ୍ରଯାନ-୩୯ ସଫଳ ହୋଇଥିଲା କାରଣ ସେମାନେ ଏକଦଶୀରେ ଏହାକୁ ମହାକାଶକୁ ଛାଡ଼ିଥିଲେ। ଭାରତର ଚନ୍ଦ୍ରଯାନ ୨ ଅନ୍ତିମ ସମୟରେ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାକୁ ନେଇ ଏପରି ମନ୍ତବ୍ୟ ରଖିଛନ୍ତି ଶମ୍ଭାଜୀ ଭିଡେ। ଆମେରିକା ୩୮ ଥର ଚନ୍ଦ୍ରକୁ ଚନ୍ଦ୍ରଯାନ ପଠାଇ […]

sambhaji-bhide

Subhransu Sekhar
  • Published: Tuesday, 10 September 2019
  • , Updated: 10 September 2019, 02:02 PM IST

ନୂଆଦିଲ୍ଲୀ: ନିଜର ଓଲଟା ସିଧା ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆରଏସଏସ ନେତା ଶମ୍ଭାଜୀ ଭିଡେ ମିଶନ ଚନ୍ଦ୍ରଯାନର ବିଫଳତାକୁ ନେଇ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଆମେରିକାର ମିଶନ ଚନ୍ଦ୍ରଯାନ-୩୯ ସଫଳ ହୋଇଥିଲା କାରଣ ସେମାନେ ଏକଦଶୀରେ ଏହାକୁ ମହାକାଶକୁ ଛାଡ଼ିଥିଲେ। ଭାରତର ଚନ୍ଦ୍ରଯାନ ୨ ଅନ୍ତିମ ସମୟରେ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାକୁ ନେଇ ଏପରି ମନ୍ତବ୍ୟ ରଖିଛନ୍ତି ଶମ୍ଭାଜୀ ଭିଡେ।

ଆମେରିକା ୩୮ ଥର ଚନ୍ଦ୍ରକୁ ଚନ୍ଦ୍ରଯାନ ପଠାଇ ବିଫଳ ହୋଇଥିଲା ହେଲେ ଏକାଦଶୀରେ ୩୯ ନମ୍ୱର ଯାନ ପଠାଇଥିବାରୁ ସେ ସଫଳ ହୋଇଥିଲା ବୋଲି କହିଛନ୍ତି। ଆମେରିକା ବାରମ୍ୱାର ୩୮ଟି ଚନ୍ଦ୍ରଯାନ ଚନ୍ଦ୍ରକୁ ପଠାଇ ବିଫଳ ହେବା ପରେ ଆମେରିକାର ବୈଜ୍ଞାନିକ ଭାରତୀୟ ଗଣନା ଅନୁସାରେ ଚନ୍ଦ୍ରକୁ ଚନ୍ଦ୍ରଯାନ-୩୯ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ସଂଭାଜି କହିଛନ୍ତି।

ପୂର୍ବରୁ ମଧ୍ୟ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଏହି ଆରଏଏସ ନେତା। ସେ କହିଥିଲେ ତାଙ୍କ ବାଡ଼ିରେ ଥିବା ଆମ୍ୱ ଦମ୍ପତି ଖାଇଲେ ପୁତ୍ର ଜନ୍ମ ଦେଇପାରିବେ।

ସୂଚନାଯୋଗ୍ୟ, ଚନ୍ଦ୍ରଯାନ ୨ ସେପ୍ଟେମ୍ୱର ୭-୮ ମଧ୍ୟରାତ୍ରୀରେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡ କରିବାକୁ ଯାଇ ସ୍ପୀଡରେ ଲ୍ୟାଣ୍ଡିଂ କରିଛି। ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଏବେ ଏକ ପାଖିଆ ହୋଇ ପଡ଼ିଛି ବୋଲି ଗତକାଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଯଦି ବିକ୍ରମ ସହ ଯୋଗାଯୋଗ ହୋଇପାରିବ ତାହେଲେ ମିଶନ ଚନ୍ଦ୍ରଯାନରେ ଅସଫଳ ଥିବା ୫ ପ୍ରତିଶତ ସଫଳ ହୋଇପାରିବ।

Related story