ଆଇଏସ୍ ବିରୋଧରେ ଲଢେଇ କରିବାକୁ ଆମେରିକା ପଛଘୁଞ୍ଚା ଦେଉନାହିଁ: ଓବାମା

କୁଆଲାଲମ୍ପପୁର: ଆତଙ୍କୀବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ବିରୋଧରେ ଲଢେଇ କରିବାକୁ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡିକ କୁଣ୍ଠାବୋଧ କରୁନାହାନ୍ତି କି ପଛଘୁଞ୍ଚା ଦେଇନାହାନ୍ତି। ୯ ଦିନିଆ ତୁର୍କୀ ଓ ଏସିଆ ଗସ୍ତରେ ଶେଷ କରି ସ୍ୱଦେଶ ବାହୁଡ଼ି ଯିବା ପୂର୍ବରୁ ଏ କଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ବାରାକ ଓବାମା। ସେ କହିଛନ୍ତି, ପ୍ୟାରିସରେ ହୋଇଥିବା ଆକ୍ରମଣ ଘଟଣାକୁ ସାରା ବିଶ୍ୱ ଗ୍ରହଣ କରିପାରିବ ନାହିଁ। କେବଳ ପ୍ୟାରିସ ନୁହେଁ, ଅନ୍ୟ ଯେକୌଣସି ଦେଶରେ […]

obama

Rakesh Mallick
  • Published: Sunday, 22 November 2015
  • , Updated: 04 May 2017, 03:44 PM IST

କୁଆଲାଲମ୍ପପୁର: ଆତଙ୍କୀବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ବିରୋଧରେ ଲଢେଇ କରିବାକୁ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡିକ କୁଣ୍ଠାବୋଧ କରୁନାହାନ୍ତି କି ପଛଘୁଞ୍ଚା ଦେଇନାହାନ୍ତି। ୯ ଦିନିଆ ତୁର୍କୀ ଓ ଏସିଆ ଗସ୍ତରେ ଶେଷ କରି ସ୍ୱଦେଶ ବାହୁଡ଼ି ଯିବା ପୂର୍ବରୁ ଏ କଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ବାରାକ ଓବାମା। ସେ କହିଛନ୍ତି, ପ୍ୟାରିସରେ ହୋଇଥିବା ଆକ୍ରମଣ ଘଟଣାକୁ ସାରା ବିଶ୍ୱ ଗ୍ରହଣ କରିପାରିବ ନାହିଁ। କେବଳ ପ୍ୟାରିସ ନୁହେଁ, ଅନ୍ୟ ଯେକୌଣସି ଦେଶରେ ଏଭଳି ଅମାନବୀୟ କାଣ୍ଡକୁ ଗ୍ରହଣ କରାଯାଇ ପାରିବ ନାହିଁ। ଏହାସହିତ ଆମେରିକା ନେତୃତ୍ୱାଧୀନ ମିଳିତ ସେନା ସହିତ ମିଶି ଆଇଏସ୍ ବିରୋଧରେ ଲଢେଇ କରିବାକୁ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆହ୍ୱାନ ଦେଇଛନ୍ତି।

ଓବାମା କହିଛନ୍ତି, ସିରିଆରେ ଋଷ ସେନା ଚଳାଇଥିବା ଅପରେସନରେ କୌଶଳଗତ ପରିବର୍ତ୍ତନ ଜରୁରୀ। ଋଷ ସେନା ସିରିଆ ରାଷ୍ଟ୍ରପତି ବସର ଅସାଦଙ୍କ ବିରୋଧରେ ଲଢେଇ କରୁଥିବା ବିଦ୍ରୋହୀଙ୍କୁ ଟାର୍ଗେଟ୍ କରୁଛି। ଯେତେ ଦିନ ପର୍ଯ୍ୟନ୍ତ ଋଷ କେବଳ ଏହି ବିଦ୍ରୋହୀଙ୍କୁ ଟାଗେର୍ଟ କରୁଥିବ ସେ ପର୍ଯ୍ୟନ୍ତ ସିରିଆରେ ସୃଷ୍ଟି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ସିରିଆରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ପ୍ରଥମେ ରାଷ୍ଟ୍ରପତି ଅସାଦଙ୍କୁ ପଦ ଛାଡିବାକୁ ପଡ଼ିବ। ସେ ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତ ସିରିଆରେ ହିଂସାକୁ ରୋକାଯାଇ ପାରିବ ନାହିଁ।

ସିରିଆରେ ଆତଙ୍କବାଦୀ ସଙ୍ଗଠନ ଆଇଏସକୁ ମୂଳପୋଛ କରିବା ଲକ୍ଷ୍ୟରେ ଋଷିଆ ଓ ଫ୍ରାନ୍ସ ଜୋରଦାର ଆକ୍ରମଣ ଚଳାଇଥିବା ବେଳେ ଆମେରିକାର ନୀରବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଓବାମା ଏହି ମନ୍ତବ୍ୟ ରଖିଛନ୍ତି।

Related story