କଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଆମେରିକୀୟ ସାଂସଦ

ୱାଶିଂଟନ୍‌: ଜମ୍ମୁ-କଶ୍ମୀରରେ ମାନବିକ ଅଧିକାର ବାବଦରେ ଆମେରିକାର ରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କୁ ଚିଠି ଲେଖିବା ପରେ କ୍ଷମା ମାଗିଛନ୍ତି ଜଣେ ଆମେରିକୀୟ ସାଂସଦ। ସେ ଏପରି କରିବା ପୂର୍ବରୁ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକମାନଙ୍କ ସହ ପରାମର୍ଶ କରିନଥିବାରୁ କ୍ଷମା ମାଗିଥିବା କହିଛନ୍ତି। ଜମ୍ମୁ-କଶ୍ମୀର ପାଇଁ ସ୍ୱତନ୍ତ୍ର ଭାବେ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ପରେ ଟମ୍‌ ସୁଓଜି ନାମକ ଏହି ସାଂସଦ ଏକ ଚିଠିରେ ଲେଖିଥିଲେ, ଭାରତ ସରକାରଙ୍କ ଏହି ପଦକ୍ଷେପ ପରେ […]

us

Subrat Kumar Nayak
  • Published: Tuesday, 13 August 2019
  • , Updated: 13 August 2019, 04:18 PM IST

ୱାଶିଂଟନ୍‌: ଜମ୍ମୁ-କଶ୍ମୀରରେ ମାନବିକ ଅଧିକାର ବାବଦରେ ଆମେରିକାର ରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କୁ ଚିଠି ଲେଖିବା ପରେ କ୍ଷମା ମାଗିଛନ୍ତି ଜଣେ ଆମେରିକୀୟ ସାଂସଦ। ସେ ଏପରି କରିବା ପୂର୍ବରୁ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକମାନଙ୍କ ସହ ପରାମର୍ଶ କରିନଥିବାରୁ କ୍ଷମା ମାଗିଥିବା କହିଛନ୍ତି। ଜମ୍ମୁ-କଶ୍ମୀର ପାଇଁ ସ୍ୱତନ୍ତ୍ର ଭାବେ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ପରେ ଟମ୍‌ ସୁଓଜି ନାମକ ଏହି ସାଂସଦ ଏକ ଚିଠିରେ ଲେଖିଥିଲେ, ଭାରତ ସରକାରଙ୍କ ଏହି ପଦକ୍ଷେପ ପରେ ସାମାଜିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି। ସେ ଆହୁରି ମଧ୍ୟ ଲେଖିଥିଲେ ଏହା ବିଦ୍ରୋହୀ ଏବଂ ଆତଙ୍କବାଦୀଙ୍କୁ ଅଶାନ୍ତି ସୃଷ୍ଟି କରିବାକୁ ଉସକାଇବ।

ତେବେ ଚିଠିରେ ତାଙ୍କର ଏଭଳି ମନ୍ତବ୍ୟକୁ ଭାରତୀୟ ବଂଶୋଦ୍ଭବ ଆମେରିକୀୟମାନେ ଘୋର ବିରୋଧ କରିଥିଲେ। ନିର୍ବାଚନ ସମୟରେ ଏହି ଭାରତୀୟ ବଂଶୋଦ୍ଭବମାନେ ଟମ୍‌ ସୁଓଜିଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇଥିଲେ ମଧ୍ୟ ଏହି ଚିଠିକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରିନଥିଲେ। ପ୍ରାୟ ୧୦୦ ଜଣ ଭାରତୀୟ ବଂଶୋଦ୍ଭବ ଦାବି କରିଥିଲେ ସେ ଚିଠି ପ୍ରତ୍ୟାହାର କରନ୍ତୁ।

ଏହାପରେ ଟମ୍‌ ୧୦୦ ଜଣ ଭାରତୀୟ ବଂଶୋଦ୍ଭବ ନାଗରିକଙ୍କୁ ଭେଟିଥିଲେ। ଟମ୍‌ ତାଙ୍କ ସହ ଆଲୋଚନା କରିବା ପରେ ନିଜେ ମାନିଥିଲେ ଯେ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ଭାରତୀୟ ବଂଶୋଦ୍ଭବଙ୍କ ସହ ଆଲୋଚନା କରିବା ଉଚିତ ଥିଲା। ସେ କହିଥିଲେ, "ମୋ ପୂରା କ୍ୟାରିଅରରେ ଭାରତ ଏବଂ ଏହା ସାର୍ବଭୌମତ୍ୱ ପ୍ରତି ସମର୍ଥନ କରିଆସିଛି। ଆତଙ୍କବାଦ ବିରୋଧରେ ସେମାନଙ୍କ ଳଢ଼େଇ ପ୍ରତି ମୋର ସମର୍ଥନ ରହିଛି।"

Related story