ଆମେରିକାରେ ଭିସା ଆବେଦନ ପାଇଁ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ବିଭାଗର ନୂଆ ନିୟମ ଅନୁଯାୟୀ, ଆମେରିକା ପାଇଁ ଭିସା ଆବେଦନ କରୁଥିବା ବ୍ୟକ୍ତିଙ୍କୁ ତାଙ୍କର ସୋଶାଲ ମିଡିଆ ଆକାଉଣ୍ଟର ତଥ୍ୟ ଦେବାକୁ ପଡ଼ିବ। ବିଦେଶ ବିଭାଗର ନୂଆ ନିୟମ ଅନୁଯାୟୀ ଭିସା ଆବେଦନକାରୀଙ୍କୁ ସର୍ବନିମ୍ନ ୫ ବର୍ଷ ବ୍ୟବହାର କରିଥିବା ଇ-ମେଲ୍ ଆଇଡି, ଫୋନ୍ ନମ୍ୱର, ସୋଶାଲ ମିଡିଆ ଆଇଡି ଆଦି ଦେବାକୁ ପଡ଼ିବ। ଗତବର୍ଷ ଏବାବଦରେ ଆମେରିକା ପ୍ରସ୍ତାବ ଆଣିଥିଲା। ଏହାଦ୍ୱାରା ୧.୪୭ କୋଟି ଲୋକ ପ୍ରଭାବିତ ହେବେ ବୋଲି ଆକଳନ […]

visa passport

Subhransu Sekhar
  • Published: Sunday, 02 June 2019
  • , Updated: 02 June 2019, 03:47 PM IST

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ବିଭାଗର ନୂଆ ନିୟମ ଅନୁଯାୟୀ, ଆମେରିକା ପାଇଁ ଭିସା ଆବେଦନ କରୁଥିବା ବ୍ୟକ୍ତିଙ୍କୁ ତାଙ୍କର ସୋଶାଲ ମିଡିଆ ଆକାଉଣ୍ଟର ତଥ୍ୟ ଦେବାକୁ ପଡ଼ିବ। ବିଦେଶ ବିଭାଗର ନୂଆ ନିୟମ ଅନୁଯାୟୀ ଭିସା ଆବେଦନକାରୀଙ୍କୁ ସର୍ବନିମ୍ନ ୫ ବର୍ଷ ବ୍ୟବହାର କରିଥିବା ଇ-ମେଲ୍ ଆଇଡି, ଫୋନ୍ ନମ୍ୱର, ସୋଶାଲ ମିଡିଆ ଆଇଡି ଆଦି ଦେବାକୁ ପଡ଼ିବ।

ଗତବର୍ଷ ଏବାବଦରେ ଆମେରିକା ପ୍ରସ୍ତାବ ଆଣିଥିଲା। ଏହାଦ୍ୱାରା ୧.୪୭ କୋଟି ଲୋକ ପ୍ରଭାବିତ ହେବେ ବୋଲି ଆକଳନ କରାଯାଇଛି। ତେବେ ବିବିସି ରିପୋର୍ଟ ଅନୁଯାୟୀ ସୋଶାଲ ମିଡିଆ ସମ୍ପର୍କିତ ତଥ୍ୟ ଦାଖଲ ବ୍ୟବସ୍ଥା ଉଚ୍ଚ ଶିକ୍ଷା ଏବଂ ଭ୍ରମଣ ଉଦ୍ଦେଶ୍ୟରେ ଆମେରିକା ଯାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି ଜଣାପଡ଼ିଛି।

ଆମେରିକୀୟଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଉଥିବା ଆମେରିକାର ବୈଦେଶିକ ବିଭାଗ କହିଛି।

Related story