ଆମେରିକା ରାଷ୍ଟ୍ରପତି ନୋବେଲ୍ ଶାନ୍ତି ପାଇଁ ମନୋନୀତ

ନ୍ୟୁୟର୍କ: ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନରୱେର ସାଂସଦ ମନୋନୀତ କରିଛନ୍ତି। ଇସ୍ରାଏଲ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିରେ ଟ୍ରମ୍ପ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏହି ପଦବୀ ପାଇଁ ଟ୍ରମ୍ପ ମନୋନୀତ ହୋଇଛନ୍ତି। ଯଦି ଟ୍ରମ୍ପ ଆସନ୍ତା ବର୍ଷ ନୋବେଲ ଶାନ୍ତି ପୁରସ୍କାର ଜିତିବେ, ତେବେ ସେ କ୍ରମାଗତ ଦ୍ୱିତୀୟ ରାଷ୍ଟ୍ରପତି ହେବେ ଯିଏ ଏହି ପୁରସ୍କାରରେ ସମ୍ମାନିତ ହେବେ। ଟ୍ରମ୍ପଙ୍କ ପୂର୍ବରୁ […]

trump

Subhransu Sekhar
  • Published: Wednesday, 09 September 2020
  • , Updated: 09 September 2020, 06:45 PM IST

ନ୍ୟୁୟର୍କ: ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନରୱେର ସାଂସଦ ମନୋନୀତ କରିଛନ୍ତି। ଇସ୍ରାଏଲ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିରେ ଟ୍ରମ୍ପ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏହି ପଦବୀ ପାଇଁ ଟ୍ରମ୍ପ ମନୋନୀତ ହୋଇଛନ୍ତି। ଯଦି ଟ୍ରମ୍ପ ଆସନ୍ତା ବର୍ଷ ନୋବେଲ ଶାନ୍ତି ପୁରସ୍କାର ଜିତିବେ, ତେବେ ସେ କ୍ରମାଗତ ଦ୍ୱିତୀୟ ରାଷ୍ଟ୍ରପତି ହେବେ ଯିଏ ଏହି ପୁରସ୍କାରରେ ସମ୍ମାନିତ ହେବେ।

ଟ୍ରମ୍ପଙ୍କ ପୂର୍ବରୁ ତାଙ୍କର ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା 2009 ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।

ସୂଚନାଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ନିର୍ବାଚନର କିଛି ଦିନ ପୂର୍ବରୁ ଟ୍ରମ୍ପ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତେବେ ଏହି ଖବର ଆସିବା ମାତ୍ରେ ସୋଶାଲ ମିଡିଆରେ ବିଭିନ୍ନ ପ୍ରକାର ଆଲୋଚନା ଆରମ୍ଭ ହୋଇଛି।

Related story