ମୁସଲିମ୍‌ ଧର୍ମଗୁରୁଙ୍କୁ ଗୁଳି କରି ହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ନାସିକରେ ଜଣେ ମୁସଲମାନ ଧର୍ମଗୁରୁଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଧର୍ମଗୁରୁ ନାମ ସୈୟଦ ଚିସ୍ତି । ସେ ସ୍ଥାନୀୟ ଅଞ୍ଚଳରେ ସୁଫି ବାବା ନାମରେ ଜଣାଶୁଣା। ସୈୟଦ ଚିସ୍ତି ଆଫଗାନିସ୍ତାନର ନାଗରିକ ଥିଲେ ଏବଂ ଦୀର୍ଘ ବର୍ଷ ଧରି ନାସିକର ୟେୱଲାରେ ରହୁଥିଲେ। ଏହି ଘଟଣା ମୁମ୍ବାଇଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ୟେୱାଲା ସହରରେ ଗତକାଲି ଘଟିଛି। ଏଥିରେ ସୁଫି ବାବାଙ୍କ ଏସୟୁଭି ଡ୍ରାଭରଙ୍କ ହାତ ଥିବା ପୁଲିସ୍‌ […]

sufi-baba

Niharika Rout
  • Published: Wednesday, 06 July 2022
  • , Updated: 06 July 2022, 12:41 PM IST

ମୁମ୍ବାଇ: ମହାରାଷ୍ଟ୍ରର ନାସିକରେ ଜଣେ ମୁସଲମାନ ଧର୍ମଗୁରୁଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଧର୍ମଗୁରୁ ନାମ ସୈୟଦ ଚିସ୍ତି । ସେ ସ୍ଥାନୀୟ ଅଞ୍ଚଳରେ ସୁଫି ବାବା ନାମରେ ଜଣାଶୁଣା। ସୈୟଦ ଚିସ୍ତି ଆଫଗାନିସ୍ତାନର ନାଗରିକ ଥିଲେ ଏବଂ ଦୀର୍ଘ ବର୍ଷ ଧରି ନାସିକର ୟେୱଲାରେ ରହୁଥିଲେ।

ଏହି ଘଟଣା ମୁମ୍ବାଇଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ୟେୱାଲା ସହରରେ ଗତକାଲି ଘଟିଛି। ଏଥିରେ ସୁଫି ବାବାଙ୍କ ଏସୟୁଭି ଡ୍ରାଭରଙ୍କ ହାତ ଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ୪ ଅଜ୍ଞାତ ବ୍ୟକ୍ତି ଗତକାଲି ୟେୱଲାର ଏକ ଖୋଲା ସ୍ଥାନରେ ସୁଫି ବାବାଙ୍କୁ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।  ହତ୍ୟାକାଣ୍ଡ ପରେ ହତ୍ୟାକାରୀମାନେ ସୁଫି ବାବାଙ୍କ ଏସୟୁଭି ନେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌ ।

ପ୍ରାଥମିକ ତଦନ୍ତ ଅନୁଯାୟୀ, ଦୀର୍ଘ ବର୍ଷ ହେଲା ଭାରତରେ ରହିବା ସତ୍ତ୍ୱେ ଆଫଗାନିସ୍ତାନ ନାଗରିକ ହୋଇଥିବାରୁ ସୈୟଦ ଚିସ୍ତି  ନିଜ ନାମରେ ଜମି କିଣି ପାରିନଥିଲେ। ତେଣୁ ସେ ସ୍ଥାନୀୟ ଲୋକ ସହାୟତରେ ସମ୍ପତ୍ତି ଠୁଳ କରିଥିଲେ। ଏକ ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।  ଏହି ହତ୍ୟାକାଣ୍ଡରେ କୌଣସି ଧାର୍ମିକ ଦିଗକୁ ପୋଲିସ ଅସ୍ୱୀକାର କରିଛି।

Related story