ଉତ୍ତର ପ୍ରଦେଶ: ମୁଲାୟମଙ୍କ ନାଁରେ ମାମଲା ରୁଜୁ କରିଥିବା ଆଇପିଏସ୍ ଅଧିକାରୀଙ୍କ ବିରୁଦ୍ଧରେ ଧର୍ଷଣ ଅଭିଯୋଗରେ ଏଫଆଇଆର୍

ଲକ୍ଷ୍ନୌ: ଫୋନରେ ଧମକ ଦେବା ଅଭିଯୋଗରେ ଉତ୍ତର ପ୍ରଦେଶର ବରିଷ୍ଠ ଆଇପିଏସ୍ ଅଫିସର ଅମିତାଭ ଠାକୁର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବାପା ତଥା ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ନାଁରେ ଶନିବାର ହଜରତଗଞ୍ଜ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଆଉ ଗତକାଲି ବିଳମ୍ବିତ ରାତିରେ ଅମିତାଭ ଠାକୁର ଓ ତାଙ୍କ ପତ୍ନୀ ନୂତନଙ୍କ ନାଁରେ ଏଫଆଇଆର୍ ରୁଜୁ କରିଛି ଲକ୍ଷ୍ନୌ ପୋଲିସ୍। ଗୋମତିନଗର ପୋଲିସ୍ ଥାନାରେ ଏହି ମାମଲା ରୁଜୁ କରାଯାଇଛି। ଜଣେ […]

amitavthakur

amitavthakur

Rakesh Mallick
  • Published: Sunday, 12 July 2015
  • Updated: 12 July 2015, 05:48 AM IST

Sports

Latest News

ଲକ୍ଷ୍ନୌ: ଫୋନରେ ଧମକ ଦେବା ଅଭିଯୋଗରେ ଉତ୍ତର ପ୍ରଦେଶର ବରିଷ୍ଠ ଆଇପିଏସ୍ ଅଫିସର ଅମିତାଭ ଠାକୁର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବାପା ତଥା ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ନାଁରେ ଶନିବାର ହଜରତଗଞ୍ଜ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଆଉ ଗତକାଲି ବିଳମ୍ବିତ ରାତିରେ ଅମିତାଭ ଠାକୁର ଓ ତାଙ୍କ ପତ୍ନୀ ନୂତନଙ୍କ ନାଁରେ ଏଫଆଇଆର୍ ରୁଜୁ କରିଛି ଲକ୍ଷ୍ନୌ ପୋଲିସ୍। ଗୋମତିନଗର ପୋଲିସ୍ ଥାନାରେ ଏହି ମାମଲା ରୁଜୁ କରାଯାଇଛି। ଜଣେ ମହିଳାଙ୍କୁ ଧର୍ଷଣ କରିବା ନେଇ ଏହି ଦମ୍ପତ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ୍।

mulayamthakur

ବର୍ଷକ ତଳେ ଗାଜିଆବାଦର ଜଣେ ମହିଳା କରିଥିବା ଅଭିଯୋଗ ଆଧାରରେ ଠାକୁର ଓ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଉକ୍ତ ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ ଠାକୁର ତାଙ୍କ ସହିତ ଦୁଷ୍କର୍ମ କରିଥିଲେ ଓ ଏଥିରେ ତାଙ୍କୁ ତାଙ୍କ ପତ୍ନୀ ସାହାଯ୍ୟ କରିଥିଲେ। ସେତେବେଳେ ସେ ଲକ୍ଷ୍ନୌର ତତକାଳନୀ ଏସଏସପି ୟଶହ୍ୟାସଭି ଯାଦବଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଏନେଇ ଏଫଆଇଆର ରୁଜୁ କରାଯାଇ ନଥିଲା। କିନ୍ତୁ ଗତକାଲି ଠାକୁର ସପା ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ତାଙ୍କୁ ଧମକ ଦେଇଥିବା ନେଇ ଏକ ଏଫଆଇଆର୍ ରୁଜୁ କରିବା ପରେ ତାଙ୍କ ନାଁରେ ବି ଏଫଆଇଆର ରୁଜୁ କରାଯାଇଛି।

୧୯୯୨ ବ୍ୟାଚର ଏହି ଆଇପିଏସ୍ ଅଫିସରଙ୍କ ନାଁ ଅମିତାଭ ଠାକୁର। ସେ ଏବେ ଆଇଜି (ସିଭିଲ ଡିଫେନ୍ସ) ଭାବେ ଲକ୍ଷ୍ନୌରେ ଅବସ୍ଥାପିତ ଅଛନ୍ତି।

ଠାକୁର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଶୁକ୍ରବାର ଅପରାହ୍ନ ୪ଟା ୪୩ ମିନିଟରେ ଏକ ଫୋନ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ କହିଥିଲ ଯେ ନେତାଜୀ (ମୁଲାୟମ ସିଂହ ଯାଦବ) ତାଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି। ତା’ପରେ ୨ ମିନିଟ୍ ୧୦ ସେକେଣ୍ଡ ଧରି ମୁଲାୟମ ସିଂହ (କଥାବାର୍ତ୍ତା କରୁଥିବା ବ୍ୟକ୍ତି ଜଣଙ୍କ ଏହି ପରିଚୟ ଦେଇଥିଲେ) ତାଙ୍କ ସହିତ କଥା ହୋଇଥିଲେ। ସେ ତାଙ୍କୁ ନିଜ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଆଣିବାକୁ ଧମକ ଦେଇଥିଲେ। କାର୍ଯ୍ୟ ଓ ବ୍ୟବହାର ଶୈଳୀରେ ପରିବର୍ତ୍ତନ ନଆଣିଲେ ତାଙ୍କୁ ପୁଣି ଥରେ ୨୦୦୬ ମସିହା ଭଳି ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚେତାଇ ଦେଇଥିଲେ।

ସୂଚନାଯୋଗ୍ୟ, ୨୦୦୬ରେ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲା ଅନ୍ତର୍ଗତ ଯଶରାନାଠାରେ  ଏକ କାର୍ଯ୍ୟକ୍ରମ ବେଳେ ସମାଜବାଦୀ ପାର୍ଟିର ଜଣେ ବିଧାୟକ ଓ କିଛି କର୍ମୀ ଠାକୁରଙ୍କ ସହିତ ଅସଦାଚରଣ କରିବା ସହିତ ମାଡ଼ପିଟ୍ ମଧ୍ୟ କରିଥିଲେ।

ମୁଲାୟମ ସିଂହ ତାଙ୍କୁ ଧମକ ଦେଇ କହିଥିଲେ ଯେ ତୁମେ ବୋଧ ହୁଏ ଯଶରାନା ଘଟଣା ଭୁଲି ନଥିବ। ତୁମ ସହିତ ପୁଣି ଥରେ ସେହି ଭଳି ଘଟଣା ଘଟିପାରେ।

ଏହା ପୂର୍ବରୁ ଗୁରୁବାର ଦିନ ଠାକୁର ଓ ତାଙ୍କ ପତ୍ନୀ ନୂତନ ଠାକୁର ଉତ୍ତର ପ୍ରଦେଶର ଖଣି ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ନାଁରେ ଏକ ଏଫ୍ଆଇଆର୍ ଦେଇଥିଲେ। ମନ୍ତ୍ରୀ ପ୍ରଭାପତି ଓ ତାଙ୍କର କିଛି ସହଯୋଗୀ ସେମାନଙ୍କୁ ମିଛ ଦୁଷ୍କର୍ମ ମାମଲରେ ପକାଇବା ପାଇଁ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଥିଲେ ଠାକୁର ଦମ୍ପତ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story