ନୂଆଦିଲ୍ଲୀ:୨୦୧୩ରେ ହୋଇଥିବା ଉତ୍ତରାଖଣ୍ଡ ବନ୍ୟାରେ ଲକ୍ଷ ଲକ୍ଷ ଲୋକ ଖାଇବାକୁ ନପାଇ ଆଉଟୁ ପାଉଟୁ ହେଉଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ରାଜ୍ୟ ସରକାରଙ୍କ କର୍ମଚାରୀ ଢେର ମଜା ଉଠାଉଥିଲେ। ସେମାନେ ପ୍ରତିଦିନ ୭ ହଜାର ଟଙ୍କା ଭଡା ନେଉଥିବା ଦାମୀ ହୋଟଲରେ ରହିବା ସହ ଚିକେନ୍, ମଟନ୍ ଖାଉଥିଲେ। ଏନେଇ ସୂଚନା ଅଧିକାର ଆଇନ (ଆରଟିଆଇ) ଦ୍ୱାରା ମଗାଯାଇଥିବା ତଥ୍ୟରୁ ଜଣାପଡିଛି ।
ଆଟିଆଇ ତଥ୍ୟ ଅନୁଯାୟୀ, ଅଧା ଲିଟର କ୍ଷୀର ପାଇଁ ଲୋକଙ୍କୁ ୧୯୪ ଟଙ୍କା ନିଆଯାଉଥିବା ବେଳେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ବେଶ୍ ଆରାମରେ ରହୁଥିଲେ। ଏନେଇ ଷ୍ଟେଟ୍ ଇନଫରମେସନ୍ କମିଶନର୍ ଅନୀଲ ଶର୍ମା ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।